Below header

ଯାଜପୁରରେ ନିର୍ବାଚନୀ ହିଂସା: ଭୋଟ୍‌ ବାକ୍ସ ଟେକିନେଲେ ଦୁର୍ବୃତ୍ତ, ଭିଡିଓ କରିବାରୁ ସାମ୍ବାଦିକଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ଯାଜପୁର ଟାଉନ(କେନ୍ୟୁଜ୍): ଭୋଟ୍‌ ବାକ୍ସ ଟେକିନେଲେ ଦୁର୍ବୃତ୍ତ। ଯାଜପୁର ବିଂଝାରପୁରରେ ଭୋଟ୍‌ ବାକ୍ସ ଟେକିନେଲେ ଦୁର୍ବୃତ୍ତ। ବାଛୋଳ ପଞ୍ଚାୟତର ୨ ଓ ୪ ନଂ ବୁଥ୍‌ରୁ ଟେକିନେଲେ ବୁଥ୍‌ ବକ୍ସ। କଳିଙ୍ଗ ଟିଭି ଓ ଅନ୍ୟ ଗଣମାଧ୍ୟମ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ଗାଡ଼ି ଭଙ୍ଗାରୁଜା ସହ ସାମ୍ବାଦିକଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଭୋଟ ବେଳେ ସୋତି ଗାଁର ୪ଟି ବୁଥରେ ଉତ୍ତେଜନା । ଯାଜପୁର କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତରେ ଉତ୍ତେଜନା । ଭୋଟଗ୍ରହଣ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଗଣ୍ଡଗୋଳ । ୮, ୯, ୧୦, ୧୧ ନମ୍ବର ବୁଥରେ ଜବରଦଖଲ ଅଭିଯୋଗ । ଏହି ୪ ବୁଥରେ ମତଦାନ ବନ୍ଦ ରହିଛି । ବୁଥ୍‌ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ଉପରେ ଆକ୍ରମଣ । ବରିଷ୍ଠ ପୋଲିସ ଅଧିକାରୀ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.