ପିଲାଙ୍କୁ ଅନୁଶାସିତ କରିବା ଚକ୍କରରେ ଅଭିଭାବକ କରି ବସନ୍ତି ଏହିସବୁ ଭୁଲ୍‌, ଜାଣନ୍ତୁ କ’ଣ

ଆଜିକାଲି ଅଧିକାଂଶ ଜିନିଷ ଡିଜିଟାଲ ଏବଂ ଗାଜେଟ୍‌ର ବହୁତ ବ୍ୟବହାର ଯୋଗୁଁ ବହୁତ ଜିନିଷ ସହଜ ହୋଇଯାଇଛି। କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି। ପ୍ରତିଯୋଗିତାର ଏହି ଦୁନିଆରେ ନିଜ ପିଲାଙ୍କୁ ସବୁକିଛି ଶିଖେଇବା ପାଇଁ ଅଭିଭାବକ କିଛି ବି କରିବାକୁ ପ୍ରସ୍ତୁତ ରହୁଛନ୍ତି। କିନ୍ତୁ ପିଲାମାନେ ଏହିସବୁ ଜିନିଷକୁ କାମରେ ଲଗାଇବା ପରିବର୍ତ୍ତେ ଅନ୍ୟ ଉପାୟରେ ବ୍ୟବହାର କରୁଛନ୍ତି। ଅଧିକାଂଶ ଅଭିଭାବକ ନିଜ ପିଲାକୁ ବ୍ୟବହାରିକ ରୂପେ ସଠିକ୍‌ ରଖିବା ପାଇଁ ଚେଷ୍ଟା କରୁଥାନ୍ତି। ଅଭିଭାବକ ପିଲାଙ୍କୁ ଅନୁଶାସନ ଶିଖାନ୍ତି।

ବିଶେଷଜ୍ଞଙ୍କ କହିବା ମୁତାବକ, ପିଲାଙ୍କୁ ଅନୁଶାସିତ କରିବା ଠିକ୍‌ କିନ୍ତୁ ଏହି ସମୟରେ ଅଭିଭାବକ ଏମିତି କିଛି ଭୁଲ କରିଦିଅନ୍ତି, ଯାହା ପିଲାଙ୍କ ଜୀବନରେ ସେମାନଙ୍କ ମନରେ ଦ୍ୱେଷ ଭାବ ଉତ୍ପନ୍ନ କରିଥାଏ। ଆପଣ ଏହି ଭୁଲ୍‌ ବାରମ୍ବାର କରିଚାଲନ୍ତି, ଯାହା ବିଷୟରେ ହୁଏତ ଜାଣନ୍ତି ନାହିଁ…

ପିଲାଙ୍କ ପ୍ରତି ନେଗେଟିଭ ହେବା :

ଅନେକ ଥର ମାତା ପିତା ପିଲାଙ୍କୁ ସଠିକ୍‌ ଜିନିଷ ଶିଖାଇବା ଏବଂ ବୁଝାଇବା ଚକ୍କରରେ ସେମାନଙ୍କ ପ୍ରତି ନେଗେଟିଭ ହୋଇଯାଆନ୍ତି। ଏହି କାରଣରୁ ପିଲା ମଧ୍ୟ ସେମାନଙ୍କ ପ୍ରତି ନକାରାତ୍ମକ ଚିନ୍ତାଧାରା ମନରେ ଆଣିଦିଏ।

ନିଜେ ଅନୁଶାସନ ହୀନ ହେବା :

ଅନେକ ଥର ଅଭିଭାବକ ପିଲାକୁ ଅନୁଶାସନରେ ରହିବା ପାଇଁ ଇଚ୍ଛା ରଖିଥାନ୍ତି। କିନ୍ତୁ ସେମାନଙ୍କ ସାମ୍ନାରେ ଅନୁଶାସନହୀନ ବ୍ୟବହାର କରନ୍ତି। କୁହାଯାଏ, ଆପଣ ଯେଉଁଭଳି ବ୍ୟବହାର କରନ୍ତି, ପିଲାଟି ଠିକ୍‌ ସେପରି ବ୍ୟବହାର ଆପଣାଇଥାଏ। ତେଣୁକରି କୁହାଯାଏ, ପିଲାଙ୍କ ସାମ୍ନାରେ ଏମିତି କିଛି କାମ କରନ୍ତୁ ନାହିଁ, ଯାହା ସେମାନଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇବ।

child
PC: Popular Vedic science

କଠିନ ନିୟମ :

ପିଲାକୁ ଅନୁଶାସିତ କରିବା ପାଇଁ ମାତା ପିତା କଠିନ ନିୟମର ସାହାରା ନିଅନ୍ତି। ଯାହା ସେମାନଙ୍କ ପାଇଁ ଉଚିତ ନୁହେଁ। ଏମିତି କିଛି କଠିନ ନିୟମ ବନାନ୍ତୁ ନାହିଁ। ଯାହାକୁ ମାନିବା ପିଲାଙ୍କ ପାଇଁ ମୁସ୍କିଲ ହୋଇଯିବ। ତେଣୁ ସେମାନଙ୍କ ସହିତ ମିଶି ସଠିକ୍‌ ସମୟରେ ଉଠିବା, ସଠିକ୍‌ ସମୟରେ ଖାଇବା ଭଳି ଅଭ୍ୟାସ କରାନ୍ତୁ।

ପିଲାଙ୍କ କଥା ଶୁଣନ୍ତୁ:

ବିଶେଷଜ୍ଞଙ୍କ ମୁତାବକ, ଅନେକ ଥର ଅନୁଶାସନ ଚକ୍କରରେ ମାତା ପିତା ପିଲାଙ୍କୁ କଥାକୁ ଗୁରୁତ୍ୱ ନଦେଇ ଚାପରେ ରଖିଥାନ୍ତି। ସେମାନଙ୍କ କଥାକୁ ଅଣଦେଖା କରିଦିଅନ୍ତି। ପିଲାମାନଙ୍କ ମଧ୍ୟ ଏମିତି ବ୍ୟବହାର ନକାରାତ୍ମକ ଆଣିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.