Below header

ସ୍ମାର୍ଟଫୋନକୁ ଶୀଘ୍ର ଚାର୍ଜ କରିବା ପାଇଁ ବ୍ୟକ୍ତି ଜଣକ କଲେ ଏଭଳି ଏକ୍ସପେରିମେଣ୍ଟ, ଥରେ ଆପଣ ବି ଦେଖନ୍ତୁ ..

ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ସମସ୍ତେ ଚାର୍ଜର ବ୍ୟବହାର କରନ୍ତି। କିନ୍ତୁ ଚାର୍ଜର ଲଗାଇବା ପରେ ଆମକୁ ଜଣାନଥାଏ ଯେ ଏହା ଫୁଲ ଚାର୍ଜ ହେବା ପାଇଁ ସଠିକ ରୂପେ କେତେ ସମୟ ଲାଗିବ। ହୁଏତ ଭଲ ବା ନୂଆ ଚାର୍ଜର ହୋଇଥିଲେ ୧ ଘଣ୍ଟା ଲାଗିବ। କିନ୍ତୁ ଖରାପ ହୋଇଥିଲେ ଏହା ହୁଏତ ଅଧିକ ସମୟ ଲାଗିପାରେ। ଏହି ସମୟରେ ଅନେକ ଅସୁବିଧା ଦେଖାଦିଏ। ତେବେ ଆଜି ଆମେ ଏକ ବଢ଼ିଆ ଏକ୍ସପେରିମେଣ୍ଟ ସମ୍ପର୍କରେ କହିବୁ। ଯାହା କୁ ଆପଣାଇ ଖୁବ କମ ସମୟ ମଧ୍ୟରେ ଫୋନକୁ ଫୁଲ ଚାର୍ଜ କରିପାରିବେ।

ଏବେ ଏକ ଖବର ଭାଇରାଲ ହେବାରେ ଲାଗୁଛି। ସ୍ମାର୍ଟଫୋନକୁ ଫ୍ରିଜରେ କୋଲ୍ଡ ଟେମ୍ପ୍ରଚରରେ ରଖି ଚାର୍ଜ କଲେ ଶୀଘ୍ର ଚାର୍ଜ ହୋଇଥାଏ। ଏହାକୁ ପ୍ରମାଣ କରିବାକୁ ଯାଇ ଜଣେ ବ୍ୟକ୍ତି ଏହି ଟ୍ରିକକୁ ଟ୍ରାୟ କଲେ। ପପୁଲାର ୟୁଟ୍ୟୁବର TechRax ଫୋନରେ ଟେଷ୍ଟିଂ କରିଥିଲେ। OnePlus 9 Pro ସହ ଏକ ଅଜବ ଧରଣର ଏକ୍ସପେରିମେଣ୍ଟ କରିଥିଲେ। କମ୍ପାନୀ କହିଥିଲେ ଯେ ଏହି ଫୋନକୁ ୪୫ ମିନିଟରେ ୧୦୦% ଚାର୍ଜ କରିହେବ। ଏହାକୁ ନେଇ ୟ୍ୟୁଟୁବର ଜଣକ ପରୀକ୍ଷା କଲେ।

ପ୍ରଥମେ ସେ ନର୍ମାଲ ତାପମାତ୍ରାରେ ଫୋନକୁ ଚାର୍ଜ କଲେ ପରେ ସେ ଫ୍ରିଜର ତାପମାତ୍ରାରେ ଫ୍ରିଜ ଭିତରେ ଫୋନ ରଖି ଚାର୍ଜ କଲେ। ଦେଖନ୍ତୁ ଥରେ ଭିଡ଼ିଓ..

ବ୍ୟକ୍ତି ଜଣକ ୩୯ ଡିଗ୍ରୀ ଫାରେନହାଇଟ ରେ ଫୋନକୁ ଚାର୍ଜ କଲେ। ପରେ ଫୋନ ମାତ୍ର ୪୧ ମିନିଟରେ ଫୁଲ ଚାର୍ଜ ହୋଇଗଲା। ପରେ ସେ ପୁଣିଥରେ ଫ୍ରିଜର ତାପମାତ୍ରାକୁ ୩୭ଡିଗ୍ରୀ କଲାପରେ ଫୋନ ୪୦ ମିନିଟରେ ଚାର୍ଜ ହୋଇଗଲା। ଶେଷରେ ସେ ସେହି ଫୋନକୁୁ ଲିକ୍ୱିଡ ନାଇଟ୍ରୋଜେନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ରଖିଲେ। ଫୋନ ସେ ତେବେଳେ ଅନ ବି ଥିଲା। କିନ୍ତୁ ତାଙ୍କ ମତରେ ଫୋନ ଚାର୍ଜ ହେଉଥିଲା। କିନ୍ତୁ ଶେଷରେ ଫୋନ ଜମି ଯାଇଥିବା କାରଣରୁ ଫୋନ ସ୍କ୍ରିନ ଭାଙ୍ଗିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.