Below header

ଯୁବକଙ୍କୁ ଅପହରଣ କରି ଧରା ପଡିଲା ଯୁବକ, ଥାନାରେ ଅଟକ

ଯୁବକକୁ ମାଡ ମାରି ଅପହରଣ କରି ଧରା ପଡ଼ିଲା ଯୁବକ। ତ୍ରିଶୁଲିଆ ଛକରୁ ଅପହରଣ କରି ଇନୋଭା ଗାଡିରେ ଉଠାଇ ଆଣିଥିଲେ ଯୁବକଙ୍କୁ ।

ଢେ଼ଙ୍କାନାଳ : ଯୁବକକୁ ମାଡ ମାରି ଅପହରଣ କରି ଧରା ପଡ଼ିଲା ଯୁବକ। ତ୍ରିଶୁଲିଆ ଛକରୁ ଅପହରଣ କରି ଇନୋଭା ଗାଡିରେ ଉଠାଇ ଆଣିଥିଲେ ଯୁବକଙ୍କୁ । ତ୍ରିଶୁଲିଆ ଛକରେ ଇନୋଦ୍ଭା ଗାଡି ବୁଲେଟ ସହ ଧକାହେବକୁ କେନ୍ଦ୍ର କରି ଉକ୍ତ ଯୁବକଙ୍କୁ ମାଡ ମାରିବା ସହ ଉଠାଇ ଆଣିଥିଲେ ।

ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡିରେ ଅପହରଣ କରିଥିବା ଗାଡିକୁ ଜବତ କରିବା ସହ ପୋଲିସ ଅପହରଣକାରୀ ଶକ୍ତି ପ୍ରସାଦ ପରିଡାକୁ ଅଟକ ରଖିଛି ପୋଲିସ । ଅପହୃତ ଯୁବକଙ୍କ ନାମ ଡୋଳେଶ୍ୱର୍ ନାୟକ । ସେ ପାଲଲହଡା ଅଞ୍ଚଳର ବୋଲି ଜଣାପଡିଛି ।

ଅପହରଣକାରୀମାନେ ମାଡ ମାରିବା ସହ  ୩୦ ହଜାର ଟଙ୍କା, ସୁନା ଚେନ ଓ  ମୋବାଇଲ ନେଇ ଥିବା ଅଭିଯୋଗକାରୀ କଟକ CDA ମର୍କତ ନଗର ଥାନାରେ ଅଭିଯୋଗ କରିଥିବା  ପ୍ରକାଶ କରିଛନ୍ତି । ପୋଲିସ ମୋବାଇଲ ଫୋନ ଟ୍ରାକ କରି ୩ ଅପହରଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.