Below header

ଦଶାହ କାର୍ଯ୍ୟ ପାଇଁ ଯାଉଥିବା ବେଳେ ଅଘଟଣ, ହାଇବା ଗାଡି ଧକ୍କାରେ ଜଣେ ମୃତ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା -ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ବାଗବାହାଲ ଛକ ଠାରେ ହାଇୱା ଗାଡି ଧକ୍କାରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା -ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ବାଗବାହାଲ ଛକ ଠାରେ ହାଇୱା ଗାଡି ଧକ୍କାରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଗନ୍ଧରାବନ୍ଧ ପଞ୍ଚାୟତ ଜଏରପଡା ଗାଁର ପର୍ଶୁରାମ ପୁଟେଲ।

ପର୍ଶୁରାମ ପୁଟେଲ ଓ ଲମ୍ବୁ ପୁଟେଲ ସିନ୍ଧେକେଲାରେ ହେଉଥିବା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ବାଇକ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ହାଇବା ଗାଡି ଧକ୍କାରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଛି । ଲମ୍ବୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ଡାକ୍ତର ଖାନାକୁ ନିଆଯାଇଛି । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.