ବାଦଲି କିସ୍ ଶାଖା ବିଦ୍ୟାଳୟରେ ଦୀପାବଳୀ ଉତ୍ସବ, ଗଛ ଲଗେଇ ପାଳନ କଲେ

ଆଜି କଳାହାଣ୍ଡି ଭବାନୀପାଟଣା ନିକଟ ବାଦିଲି କିସ୍ ଶାଖା ବିଦ୍ୟାଳରେ ନିଆରା ଢଙ୍ଗରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି।

କଳାହାଣ୍ଡି : ଆଜି କଳାହାଣ୍ଡି ଭବାନୀପାଟଣା ନିକଟ ବାଦିଲି କିସ୍ ଶାଖା ବିଦ୍ୟାଳରେ ନିଆରା ଢଙ୍ଗରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି। ସରକାର ସମସ୍ତ ନିୟମକୁ ପାଳନ କରି ଓ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଧେଶକ୍ରମେ କଳାହାଣ୍ଡି କିସ୍ ସଖା ବିଦ୍ୟାଳୟରେ ଏକ ନିଆରା ଢଙ୍ଗରେ ଗଛ ଲଗେଇ ଦୀପାବଳି ଉତ୍ସବ ପାଳନ କରିଛନ୍ତି ଏଠାରେ ପଢୁଥିବା ଛାତ୍ରୀ ଓ କର୍ମଚାରୀ ।

ବାଣ ଫୁଟେଇ ବାୟୁମଣ୍ଡଳକୁ ପ୍ରଦୂଷଣ କରିବା ପରିବର୍ତ୍ତେ ଗଛ ଲଗେଇ ଏକ ସୁସ୍ଥ ପରିବେଶ ଗଠନ କରିବା ଲକ୍ଷ୍ୟ ନେଇ କିସ ପରିସରରେ ଏଠାକାର ସମସ୍ତ ଛାତ୍ରୀ ଓ ସମସ୍ତ କର୍ମଚାରୀ ବୃକ୍ଷ ରୋପଣ କରି ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏବଂ ସମାଜକୁ ବୃକ୍ଷ ରୋପଣ ଦ୍ଵାରା ଏକ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକ ଥିବା ବାର୍ତ୍ତା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.