ରାସ୍ତା କଡ଼ରେ ମାଓ ବ୍ୟାନର, ଉଦ୍ଧାର କଲା ଭଂଜନଗର ଥାନା ପୋଲିସ

ସିପିଆଇ ମାଓବାଦୀଙ୍କ ନାମ ଉଲ୍ଲେଖ ଥାଇ , ରାସ୍ତା କଡ଼ରେ ଲାଗିଥିବା ବ୍ୟାନରକୁ ଉଦ୍ଧାର କଲା କଲା ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ଭଂଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟ ଭାଲିଙ୍କିଆ-ଉଲିଙ୍ଗିଆ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଦୁର୍ଗାପ୍ରସାଦ ଠାରୁ ଉଲିଙ୍ଗିଆ ରାସ୍ତା ପ୍ରଶସ୍ତିକରଣ  ହେବାକୁ ଥିବାବେଳେ , ଉକ୍ତ କାର୍ଯ୍ୟକୁ ବିରୋଧ କରିବା ସହ , କଥାବାର୍ତ୍ତା ହୋଇ ସାଲିସ୍ କରିବାକୁ, ଉକ୍ତ ବ୍ୟାନର୍ ରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ଭଂଜନଗର ପୋଲିସ ପହଞ୍ଚି , ବ୍ୟାନରକୁ ଜବତ କରିଛି ।

ତେବେ ଆସନ୍ତା  ଦିନରେ ଉକ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଅନୁଧ୍ୟାନ ଚାଲିଛି ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।  ଏଭଳି ପରିସ୍ଥିତିରେ ବ୍ୟାନର ଲାଗିବାକୁ ନେଇ , ପୋଲିସ ପକ୍ଷରୁ ଗୁରୁତର ସହ ଅନୁସନ୍ଧାନ ଜାରି ରହିଛି ବୋଲି କୁହାଯାଇଛି । ତେବ ଏହା  କୌଣସି ଅସାମାଜିକ ଲୋକର କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ମଧ୍ୟ , ପୋଲିସ ସନ୍ଦେହ କରୁଥିବା ଭଂଜନଗର ଥାନାଧିକାରୀ ସୂଚନା ଦେଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.