ସିମୁଳିଆରେ ସିରିଜ୍ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର
ସିରିଜ୍ ଚୋରି। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ସିମୁଳିଆ ଥାନା ରଶୁଣା ଗାଁର ରବିନ୍ଦ୍ର ନାଥ, ପ୍ରଫୁଲ୍ଲ ଦାସ ଓ ନିରଞ୍ଜନ ବିନ୍ଧା ଗାଁର ଜଗବନ୍ଧୁ ରାଉଳ ଏବଂ ବୃନ୍ଦାବନ ଜେନାଙ୍କ ଘରେ କଳାକନା ବୁଲାଇଛନ୍ତି।

ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବାବେଳେ ୬ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଗ୍ରୀଲ କାଟି ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ବନ୍ଧୁକ ଓ ଭୁଜାଲି ଦେଖାଇ ୪ଜଣଙ୍କ ଘରୁ ସୁନା, ରୁପା ଅଳଙ୍କାର ସହ ୧୦ହଜାରରୁ ଅଧିକ ଟଙ୍କା ଲୁଟିନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ବାରମ୍ବାର ଏହି ଅଞ୍ଚଳରୁ ଲୁଟ୍ ହେଉଥିବାରୁ ସ୍ଥାନୀୟଲୋକେ ଆତଙ୍କିତ ହୋଇରହିଛନ୍ତି।