Below header

କନ୍ଧମାଳ ପଦାସାହି ପ୍ରାଥମିକ ବିଦ୍ୟାଳୟରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା: ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିବାକୁ ଆସି ନପାଇବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଦେଖାଇଲେ ରିଭଲଭର, ୩ ଅଟକ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ପଦାସାହି ପ୍ରାଥମିକ ବିଦ୍ୟାଳୟରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିବାକୁ ଆସି ନପାଇବାରୁ ସ୍କୁଲ ପରିସରରେ ଆତଙ୍କ ସୃଷ୍ଟି କରିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀଙ୍କୁ ରିଭଲଭର ଦେଖାଇବା ସହ ସ୍କୁଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏ ନେଇ ପୋଲିସକୁ ଖବର ଦେବା ପରେ ଭୟରେ ଦୁର୍ବୃତ୍ତମାନେ ଖସି ପଳାଇଥିଲେ ।

ଜି. ଉଦୟଗିରି ପୋଲିସ ପିଛା କରି ୩ ଜଣଙ୍କୁ କାବୁ କରିଥିବା ବେଳେ ଆଉ ୩ ଜଣ ଖସିପଳାଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ରିଭଲଭର, ୪ଟି ମୋବାଇଲ ଓ ଦୁଇଟି କାର ଜବତ ହୋଇଛି । ସମସ୍ତଙ୍କୁ ଥାନରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସରକାରୀ ଚାକିରିଆ ବୋଲି ଜଣାପଡିଛି । ଅନ୍ୟ ଅଭିଯୁକ୍ତଙ୍କ ଘର ଫୁଲବାଣୀ ଓ ଭୁବନେଶ୍ୱରରେ ବୋଲି ପୋଲିସ ସୂଚନା ଦେଇଛି । କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ, ତାହା ଜଣାପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.