Below header

ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପରେଡର ନେତୃତ୍ୱ ନେବେ ଯୁବ ଆଇପିଏସ ଏସ୍‌. ସୁଶ୍ରୀ

ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଓ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଳ୍ପ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ପରେଡର ନେତୃତ୍ୱ ନେବେ ଯୁବ ଆଇପିଏସ ତଥା କେସିଙ୍ଗା ଏସଡିପିଓ ଏସ୍‌. ସୁଶ୍ରୀ ।

ଚଳିତ ବର୍ଷ ୧୪ଟି ରେଜିମେଣ୍ଟ ପରେଡରେ ଅଂଶଗ୍ରହଣ କରିବେ । କୌଣସି ସାଂସ୍କୃତିକ କାଯ୍ୟକ୍ରମ ନଥିବା ବେଳେ ସାଧାରଣ ଦର୍ଶକଙ୍କ ପାଇଁ ଉତ୍ସବ ସ୍ଥଳ ମନା ରହିଛି । ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅପରାହ୍ନ ୩ଟା ପଯ୍ୟର୍ନ୍ତ ସିଲ ରହିବ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା । ସୁରକ୍ଷା ପାଇଁ ମୁତୟନ ଅଛନ୍ତି ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.