Below header

ଆଜି ସାରା ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ, କୋଭିଡ୍‌ କଟକଣା ଭିତରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଏଥର କିନ୍ତୁ କୋଭିଡ୍‌ କଟକଣା ଭିତରେ ପାଳନ ହେବ ଉତ୍ସବ । ରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଯିବ ପରେଡ୍‌ । ସକାଳ ୮ଟାରେ ପତାକା ଉତ୍ତୋଳନ କରାଯିବ । ସକାଳ ୯ଟାରୁ ପରେଡ୍‌ ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ ।

ଦୀର୍ଘ ୫୫ ବର୍ଷ ପରେ ଏଥର ପ୍ରଥମ ଥର ପାଇଁ ଜାତୀୟ ପରେଡ୍‌ରେ ବାହାର ଦେଶର ଅତିଥି ଯୋଗଦେବେ ନାହିଁ । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଥମ ଥର ପାଇଁ ରାଜପଥରେ ନିଜର ଦମ୍‌ ଦେଖାଇବ ରାଫେଲ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.