Below header

ଗାଲୁଆଙ୍କ ଭଳି କଥା କହିଲେ ଚାପୁଡା ମାରି ପକେଇବି, ଜାଣନ୍ତୁ କାହା ଉପର ଏମିତି ଚିହିଁକି ଗଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କେନ୍ୟୁଜ୍(ବ୍ୟୁରୋ):  ଚାଷୀ ଙ୍କ ତୁମେ ଚାକର  । ଚାଷୀଙ୍କ ପଇସାରେ ତୁମ ପରିବାର ପୋଷି ହେଉଛନ୍ତି । ଚୁପ୍ …. ଗାଲୁଆ ଙ୍କ ଭଳି କଥା କହିଲେ ଲୋକେ ତୁମକୁ କ୍ଷମା ଦେବେ ନାହିଁ । ତୁମେ କାହାର ସ୍ବାର୍ଥ ଜଗିବା ପାଇଁ ଏଠି ରହିଛ । ମିଲରଙ୍କ ନା ଚାଷୀଙ୍କ । ମେସିନ ରେ ଟେଷ୍ଟ କରି ଧାନ କିଣୁନାହଁ  କେତେ ଭାଗ ତୋର   । ଏଭଳି ଭାଷା ପ୍ରୟୋଗ କରି ଆଜି ଚିହିକି ଉଠିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । କେନ୍ଦ୍ର ମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ଅଧିନ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।

ସିନ୍ଧିଆ ସୋଷାଇଟିରେ ଧାନ କିଣିଲା ବେଳେ ଆର୍ ଏମ୍ ସିର କର୍ମଚାରୀ ମାନେ ଚାଷୀଙ୍କ ନିକଟକୁ ଧାନ କିଣିବାକୁ ନ ଯାଇ ଦୂରରେ ଧାନ କିଣୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଲୋକଙ୍କ ଅଭିଯୋଗ କ୍ରମେ ପହଞ୍ଚି ଯାଇଥିଲେ । ତାପରେ କେନ୍ଦ୍ର ମନ୍ତ୍ରୀଙ୍କ ରାଗ ମାଟିରୁ ଯାଇ ଆକାଶକୁ ପହଞ୍ଚିଯାଇଥିଲା । ଘଟଣା ସ୍ଥଳରେ ଚାଷୀଙ୍କ ଠାରୁ ଆର ଏମ୍ ସି ର କର୍ମଚାରୀ ମାନଙ୍କୁ ଏଭଳି ଢଙ୍ଗରେ ତାଗିଦ୍ କରିଥିଲେ କେନ୍ଦ୍ର ମନ୍ତ୍ରୀ । ପରେ  ଚାଷୀଙ୍କୁ ଗାଡ଼ିରେ ଧାନ ବୋହିବା ଭଡା ଦେବା ସହ ଉପଯୁକ୍ତ ପଦ୍ଧତିରେ ଧାନ ମାନ ନିର୍ଧାରଣ କରି ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ଜିଦ ଧରିଥିଲେ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.