ରାଜ୍ୟରେ ୨ ଦିନ ପ୍ରବଳ ବର୍ଷିବ, ବିଜୁଳି ଘଡ଼ଘଡ଼ି ସହ ୭ ଜିଲ୍ଲାକୁ ୟେଲୋ ଆଲର୍ଟ
ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ୨ ଦିନ ପ୍ରବଳ ବର୍ଷିବ। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଂକା ରହିଛି। ପ୍ରବଳ ବର୍ଷା ଆଶଙ୍କାରେ ଆଜି ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ୨ ଦିନ ପ୍ରବଳ ବର୍ଷିବ। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଂକା ରହିଛି। ପ୍ରବଳ ବର୍ଷା ଆଶଙ୍କାରେ ଆଜି ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ। ଆସନ୍ତାକାଲି ମଧ୍ୟ ଅନେକ ସ୍ଥାନରେ ସମାନ ସ୍ଥିତି ସହିତ ବିଜୁଳି ଘଡ଼ଘଡି ବର୍ଷା ଆଶଙ୍କା ରହିଛି। ବିଜୁଳି ଘଡଘଡିରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।