ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ, ଆତ୍ମସମର୍ପଣ ପରେ ମିଳିଲା ଜାମିନ

ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜର୍ଜିଆରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨୦ ମିନିଟ୍ ଜେଲରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ ।

ନୂଆଦିଲ୍ଲୀ : ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜର୍ଜିଆରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨୦ ମିନିଟ୍ ଜେଲରେ ରହିବା ପରେ ଜାମିନରେ ମୁକୁଳିଛନ୍ତି। ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ର ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ । ଏହି ସମୟରେ ଜେଲ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଟ୍ରମ୍ପଙ୍କ ବିରୋଧରେ ଆସିଥିଲା ୧୩ଟି ଅଭିଯୋଗ । ୨୦ ମିନିଟ୍ ଜେଲରେ ରହିବା ପରେ ତାଙ୍କୁ ୨ ଲକ୍ଷ ଡଲାର ବଣ୍ଡରେ ମୁକ୍ତ କରାଯାଇଥିଲା । ଜେଲରେ ସାଧାରଣ କଏଦି ପରି ଟ୍ରମ୍ପ ଫଟୋ ଉଠାଇଥିଲେ ।

ଜେଲରୁ ମୁକୁଳିବା ପରେ ଟ୍ରମ୍ପ କହିଛନ୍ତି, ମୁଁ କିଛି ଅନ୍ୟାୟ କରିନାହିଁ। ଏହା ପରେ ଟ୍ରମ୍ପ ଗଣମାଧ୍ୟମକୁ ଥମ୍ସ- ଅପ୍ ଦେଖାଇ ନ୍ୟୁର୍ଜସି ବାସଭବନ ଅଭିମୁଖେ ଯିବା ପାଇଁ ବିମାନବନ୍ଦର କୁ ଯାଇଥିଲେ। ଟ୍ରମ୍ପଙ୍କ ନିର୍ବାଚନ ଫଳାଫଳ ବଦଳାଇବା ଉଦ୍ୟମର ଯାଞ୍ଚ କରିଥିବା ସ୍ବତନ୍ତ୍ର ଓକିଲ ୪୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ଆମେରିକକୁ ଧୋକ୍କା ଦେବାକୁ ଷଡ଼ଯନ୍ତ୍ର, ସରକାରୀ ପ୍ରକ୍ରିୟାରେ ବାଧା ଦେବା, ଅଧିକାର ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.