Below header

ମାକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବଡ଼ପୁଅ, ଅନ୍ତିମ ସତ୍କାର ପୂର୍ବରୁ ପୋଷ୍ଟମର୍ଟମ ପାଇଁ ଗଲା ଶବ

ବଡ଼ ପୁଅର ଜଗବନ୍ଧୁ ବାରିକ୍‌ଙ୍କ ଅଭିଯୋଗ ୮୫ବର୍ଷୀୟ ମା’କୁ ହତ୍ୟା କରାଯାଇଛି l ସାନ ପୁଅ ବୋହୂ ପାଖରେ ମା ରହୁଥିବା ବେଳେ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ମୋ ସାନଭାଇ ବୋହୂ l

ବାଲେଶ୍ୱର : ସତରେ କଣ ବୟସ ହୋଇଗଲେ ମା ବାପା ଏପରି ଅଦରକାରୀ ହୋଇଯାଆନ୍ତି । ତାଙ୍କର ମୂଲ୍ୟ ବୁଝନ୍ତିନି ସନ୍ତାନ ମାନେ । ପରିଣତ ବୟସରେ କୌଣସି ବସ୍ତୁ ପରି ନିଜ ସନ୍ତାନ ମଧ୍ୟରେ ବାଣ୍ଟି ହୋଇଯାଆନ୍ତି । କିଏ ମା’କୁ ପାଖରେ ରଖିବାକୁ ଚାହେଁତ କିଏ ଚାହିଁ ନଥାଏ । ତେବେ ବୃଦ୍ଧା ମା’ଙ୍କର ସମସ୍ତଙ୍କ ସହ ରହିବାର ଇଛା ଥିଲେ ମଧ୍ୟ ସେ ପୁଅ ମାନଙ୍କ ମଧ୍ୟରେ ବାଣ୍ଟି ହୋଇଯାଏ । ଏତିକିରେ ମାର ଦୁଃଖ ସରିନଥାଏ ଯୋଉ ପୁଅ ପାଖରେ ରହି ତାର ସାରା ଜୀବନ ଶାନ୍ତିରେ କାଟିବ ବୋଲି ଭାବିଥାଏ । କିନ୍ତୁ ତାର ଦିନ ଶାନ୍ତିରେ କଟି ନଥାଏ । ବାକି ଜୀବନଟା ଆହୁରି ଅଶାନ୍ତିରେ ଭରିଯାଏ । କାରଣ ସେଠି ତାକୁ ମିଳିଥାଏ ପୁଅ ବୋହୂର ନିର୍ଯାତନା।

ଆଉ ସବୁଠୁ ବଡ଼ କଥା ହେଉଛି ମା’ର ଜୀବନ ଯିବା ପରେ ବି ଅଡ଼ୁଆ ତୁଟି ନଥାଏ । ମଶାଣୀରୁ ଆରମ୍ଭ କରି ଜୁଇ ଜଳିବା ପର୍ଯ୍ୟନ୍ତ ଚାଲିଥାଏ ବିବାଦ । ଯାହାର ଜ୍ୱଳନ୍ତ ଉଦାହରଣ ସିମୁଳିଆ ଗାଁରେ ଦେଖିବାକୁ ମିଳିଛି । ଜଣେ ୮୫ ବର୍ଷର ମାର ମୃତ୍ୟୁ ହୋଇଛି ତା ଶବକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । ଶେଷରେ ପୋଲିସ ଶବଟିକୁ ଆଣି ପୋଷ୍ଟ ମର୍ଟମ ପାଇଁ ପଠାଇଛି ।
ହଁ ଆଜ୍ଞା, ଅନ୍ତିମ ସଂସ୍କାର ପାଇଁ ସରିଥିଲା ସବୁ ପ୍ରସ୍ତୁତି । ଶ୍ମଶାନରେ ଯୋଗାଡ଼ ସରିଥିଲା କାଠ । ଜଳିଥାଆନ୍ତା ଜୁଇ । ହଠାତ୍‌ ଶ୍ମଶାନ୍‌ରେ ପହଞ୍ଚିଲା ପୋଲିସ । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା  । ବଡ଼ ପୁଅର ଜଗବନ୍ଧୁ ବାରିକ୍‌ଙ୍କ ଅଭିଯୋଗ ୮୫ବର୍ଷୀୟ ମା’କୁ ହତ୍ୟା କରାଯାଇଛି l ସାନ ପୁଅ ବୋହୂ ପାଖରେ ମା ରହୁଥିବା ବେଳେ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ମୋ ସାନଭାଇ ବୋହୂ l ବାଲେଶ୍ୱର ଜିଲ୍ଲା ସୋର ଥାନା ସିମୁଳିଆ ଗାଁର ଜଗବନ୍ଧୁ ବାରିକ ୮୫ ବର୍ଷୀୟ ମା ବୃଦ୍ଧା ମାଳତୀ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବଡ଼ପୁଅ l ସିମୁଳିଆ ଗାଁର ମାଳତୀ ବାରିକ ପରିଣତ ବୟସରେ ସାନ ପୁଅ ଗୋବିନ୍ଦ ପାଖରେ ରହି ଆସୁଥିଲା l ଗୋବିନ୍ଦ କୋଲକାତାରେ ରହୁଥିବା ବେଳେ ତା ସ୍ତ୍ରୀ ପାଖରେ ବୃଦ୍ଧା ମା ମାଳତୀ ରହୁଥିଲା l

ଗତ ରାସ ପୂର୍ଣ୍ଣିମା ଠାରୁ ମାଳତିକୁ ଗୋବିନ୍ଦ ସ୍ତ୍ରୀ ନିର୍ଯାତନା ଦେଉଥିବା ମାଳତୀଙ୍କ ବଡ଼ପୁଅ ଜଗବନ୍ଧୁ ଅଭିଯୋଗ କରିଛନ୍ତି l ଗତକାଲି ମାଳତୀ ଗୁରୁତର ହେବାରୁ ତାକୁ ଗୋବିନ୍ଦ ସ୍ତ୍ରୀ ସୋର ଡାକ୍ତରଖାନlକୁ ଆଣିଥିଲା l ସେଠାରେ ଡାକ୍ତର ମାଳତୀକୁ ମୃତ ଘୋଷଣା କରିବାରୁ ମାଳତୀ ଶବକୁ ସେ ଘର ସିମୁଳିଆକୁ ନେଇଯାଇଥିଲା l ବଡ଼ପୁଅ ଜଗବନ୍ଧୁ ମା ମାଳତୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ଅନନ୍ତପୁର ଫାଣ୍ଡି ପୋଲିସ ସିମୁଳିଆରୁ ମାଳତୀ ଶବକୁ ଆଣି ଶବ ବ୍ୟବଛେଦ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.