Below header

ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ: ଘରୁ ଡାକି ଆଣି ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଜୟପୁର ନୁଆଁସାହିରେ ରହୁଥିବା ଯୁବକ ଅରୁଣ ଅନକାକୁ ଘରୁ ଡାକି ସଙ୍ଘବଧ ଆକ୍ରମଣ କଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ।

ଜୟପୁର (କେନ୍ୟୁଜ): ଘରୁ ଡାକି ଆଣି ହାଣିଲେ । ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଜୟପୁର ନୁଆଁସାହିରେ ରହୁଥିବା ଯୁବକ ଅରୁଣ ଅନକାକୁ ଘରୁ ଡାକି ସଙ୍ଘବଧ ଆକ୍ରମଣ ହୋଇଛି । ମୁହଁରେ ମାସ୍କ ପିନ୍ଧା ୫ରୁ ୬ ଜଣ ଯୁବକ ଅଟୋରେ ଆସି ଫୋନକରି ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରିଥିଲେ । ଲଗାତାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ବୃତ୍ତମାନେ ଅଟୋରେ ଆସିଥିଲେ । ସମସ୍ତେ ମୁଖାପିନ୍ଧିଥିଲେ । ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.