Below header

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀ ବରଖାସ୍ତ ସହ ୪ ଜଣଙ୍କ ପେନ୍‌ସନ୍‌ ବନ୍ଦ

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ । ZERO TOLERANCE ନୀତିକୁ ଆହୁରି କଡାକଡି କରିଛନ୍ତି ନବୀନ । ରାଜ୍ୟ ସରକାର ଆଜି ୬ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ସେହିପରି ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି । ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ସଞ୍ଜିତ କୁମାର ରାୟ । ସେ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ ଅଫିସରେ କନିଷ୍ଠ କିରାଣୀ ଭାବେ କାମ କରୁଥିଲେ । ସେହିପରି ବାରିପଦା ITDAର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନଙ୍କୁ ବରଖାସ୍ତ କରାଯାଇଛି । ସେ ଜଳ ସମ୍ପଦ ବିଭାଗର କର୍ମଚାରୀ ଏବଂ ବର୍ତ୍ତମାନ କୋରାପୁଟ ଜିଳ୍ଲାର ଜୟପୁର ITDAରେ କାର୍ଯ୍ୟରତ ଥିଲେ । ନାକଟିଦେଉଳର ପ୍ରାଣୀ ଚିକିତ୍ସକ ଭାଗିରଥୀ ବିଶ୍ୱାଳଙ୍କୁ ବରଖାସ୍ତ କରାଯାଇଛି । କାମାକ୍ଷାନଗରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବସନ୍ତ ପାତ୍ରଙ୍କୁ ବିଦା କରାଯାଇଛି ।

 

ସେହିପରି ଅନ୍ୟ ୨ ଜଣ PEO କାର୍ଯ୍ୟରୁ ବିଦା ହୋଇଛନ୍ତି । ବଣାଇଗଡ଼ PEO ଅଷ୍ଟମ ଚନ୍ଦ୍ର ପଟେଲ ଓ କୁତ୍ରା ପିଇଓ ତ୍ରିଲୋଚନ ସେଠ୍‌ଙ୍କୁ ବରଖାସ୍ତ କରାଯାଇଛି । ସେହିପରି ପେନସନ ବନ୍ଦ ହୋଇଥିବା ୪ ଅଧିକାରୀ ହେଲେ ଜଳସଂପଦ ବିଭାଗର ଅବସରପ୍ରାପ୍ତ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଗୌତମ ପୃଷ୍ଟି, OCCର ପୂର୍ବତନ GM ବିକ୍ରମ କେଶରୀ ପଟ୍ଟନାୟକ, କଟକ DRAINAGE CHIEF ENGINER କାର୍ଯ୍ୟାଳୟର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବୀନ୍ଦ୍ର କୁମାର ଜେନା ଓ ବାରିପଦାର ITDAର ପୂର୍ବତନ JUNIOR ENGINEER ରବି ନାରାୟଣ ମହାନ୍ତି । ଏହାକୁ ମିଶାଇ ଅଗଷ୍ଟ ମାସରେ ୨୧ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରାଯିବା ସହ ୬ ଜଣ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି । ସମସ୍ତ ଅଧିକାରୀ ଭିଜିଲାନ୍ସ କୋର୍ଟ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.