ପରିବେଶ ମନ୍ତ୍ରୀଙ୍କ ଅଚାନକ ବାଲୁଖଣ୍ଡ-କୋଣାର୍କ ଗସ୍ତ ଫନି କ୍ଷତିଗ୍ରସ୍ତ ପୁନରୁଦ୍ଧାର କାର୍ଯ୍ୟ ନେଇ କଲେ ଅସନ୍ତୋଷ ପ୍ରକାଶ

ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଚାନକ ଗସ୍ତ। ଫନି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ପୁନରୁଦ୍ଧାର କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ଏହାସହ ନୂଆନଈ ନିକଟ ପ୍ରକୃତି ନିବାସର ମରାମତି, ପୁନରୁଦ୍ଧାର ଓ ନବୀକରଣ କାମ ଆସନ୍ତା ନଭେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ପ୍ରକୃତି ନିବାସ। ଆଗକୁ ପର୍ଯ୍ୟଟନ ଋତୁ ଥିବାରୁ ତୁରନ୍ତ ସାରିବା ପାଇଁ ବନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିକ୍ରମ କେଶରୀ ଆରୁଖ। ସେହିପରି ହରିଣଙ୍କ ସୁରକ୍ଷା ପାଇଁ ଶିକାର ନିରୋଧ ସ୍କ୍ଵାଡ୍‌ ଗଠନ କରିବାକୁ କହିଛନ୍ତି ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.