Below header

ଭକ୍ତ ଭଗବାନ ଦର୍ଶନରେ ରହିବନି କଟକଣା: ଫେବୃଆରୀ ୨୧ରୁ ପୁରୀରେ ହଟିବ ଟିକା ସାର୍ଟିଫିକେଟ ଦେଖାଇ ଦର୍ଶନ ବ୍ୟବସ୍ଥା

ପୁରୀ(କେନ୍ୟୁଜ୍): ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ଶ୍ରୀମନ୍ଦିର ନୀତି ସବକମିଟି ଓ ଛତିଶା ନିଯୋଗ ବୈଠକ । ୧୯ ତାରିଖରେ ଦୁଇଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ସନ୍ଧ୍ୟ୍ରା ୫ଟାରୁ ୫.୪୫ ମଧ୍ୟରେ ଶ୍ରୀମନ୍ଦିରରେ ଦର୍ଶନ କରିବେ। ରାଷ୍ଟ୍ରପତି ପରିବାର ସହ ଗର୍ଭଗୃହରେ ଦର୍ଶନ କରିବେ । ଏଥିପାଇଁ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ଯନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କୁ ସିଂହଦ୍ୱାରରେ ଗଜପତି ଦିବ୍ଯାସିଂ ଦେବ, ଛତିଶା ନିଯୋଗ ନାୟକ, ପୈତୃକ ପଣ୍ଡା ପାଛୋଟି ନେବେ । ଗସ୍ତ ସମୟ ରେ ସୀମିତ ସଂଖ୍ଯକ ସେବାୟତ ରହିବେ ।

ସେପଟେ ଫେବୃଆରୀ ୨୧ରୁ ଲାଗୁହେବ ନୁଆ ଏସଓପି। କୋହଳ କରାଯିବ ଦର୍ଶନ ବ୍ୟବସ୍ଥା। ହଟିବ କିଓସ୍କ କାଉଣ୍ଟର। ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ୍‌ ପ୍ରମାଣପତ୍ର। ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନିତିକ୍ରାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନିତି ସବକମିଟି ବୈଠକ। ମଙ୍ଗଳ ଆଳତୀ ନିତି ସୃଙ୍ଖଳିତ କରିବା ପାଇଁ ହେବ ନିତି ସବକମିଟି ବୈଠକ। ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ଥ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ । ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦର୍ଶନ ବ୍ୟବସ୍ଥାର ସମିକ୍ଷା କରାଯାଇ ସେତେବେଳର ସ୍ଥିତି ଦେଖି ରବିବାର ବନ୍ଦ ନେଇ ନିଷ୍ପତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.