ମିଠା ଖାଇବାକୁ ଇଚ୍ଛା ହେଉଛି ତ ବନାନ୍ତୁ ସୁଜି-ବେସନ ହାଲଓ୍ଵା, ବନାଇବା ପୂରା ସହଜ

ଆପଣ ବେସନ ହାଲଓ୍ଵା ତ ଅନେକ ଥର ଖାଇଥିବେ। କିନ୍ତୁ ଏହାକୁ ସୁଜି ସହିତ ମିକ୍ସ କରି କେବେ ବନାଇଛନ୍ତି କି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଦେଶୀ ଘିଅରେ ପ୍ରସ୍ତୁତ ଏହି ଟେଷ୍ଟୀ ହାଲଓ୍ଵାକୁ ଥରେ ଖାଇଲେ ଆପଣ ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ବେସନ
  • ୧/୨ କପ୍‌ ସୁଜି
  • ୧/୪ କପ୍‌ ଅଳେଇଚ ପାଉଡର
  • ୨ ଚାମଚ ଚିନି
  • ୧ ଚାମଚ କାଜୁ ପାଉଡର
  • ୧ ଚାମଚ କାଜୁ କଟା ହୋଇଥିବା
  • ଦେଶୀ ଘିଅ ଆବଶ୍ୟକ ଅନୁସାରେ
  • ପାଣି ଆବଶ୍ୟକ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ମିଡିୟମ୍‌ ଆଞ୍ଚରେ କଡା ବସାଇ ଘିଅ ଗରମ କରନ୍ତୁ।
  • ଏଥିରେ ବେସନ ଏବଂ ସୁଜି ପକାଇ ହାଲକା ଭାଜି ଦିଅନ୍ତୁ।
  • ମିଶ୍ରଣର ରଙ୍ଗ ହାଲକା ବ୍ରାଉନ ହୋଇଗଲେ ଏଥିରେ ପାଣି ପକାଇ ଲଗାତର ଚଲାନ୍ତୁ।
  • ଯେତେବେଳେ ହାଲଓ୍ଵା ଗାଢ଼ ହେବାକୁ ଲାଗିବ ସେଥିରେ ଚିନି ଏବଂ କାଜୁ ପାଉଡର ପକାଇ ଚିନି ମିଳାଇବା ପଯ୍ୟନ୍ତ ଚାମଚରେ ଚଲାନ୍ତୁ।
  • ଏହାପରେ ଅଳେଇଚ ପାଉଡର ମିକ୍ସ କରି ୨ ମିନିଟ୍‌ ପର୍ଯ୍ୟନ୍ତ ଆଉ ଥରେ ଆଞ୍ଚରେ ବସାନ୍ତୁ।
  • ନିର୍ଦ୍ଧିଷ୍ଟ ସମୟ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ହାଲଓ୍ଵାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସୁଜି ହାଲଓ୍ଵା। କାଟି ରଖିଥିବା କାଜୁକୁ ପକାଇ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.