Below header

ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜା ସୂତା ମନା, ସାଧାରଣ ଲୋକଙ୍କୁ ଟ୍ୱିଟ କରି ସର୍ତକ କରାଇଲା ଓଡ଼ିଶା ପୋଲିସ

ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ସାଧରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଆଉ ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ଟ୍ୱିଟ କରି ପରାମର୍ଶ ଦେଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ସାଧରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଆଉ ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ଟ୍ୱିଟ କରି ପରାମର୍ଶ ଦେଇଛି ।

 

ପୂର୍ବରୁ ବି ଅନେକ ଘଟଣା ସାମ୍ନା ଆସିଛି ଯେ ମାଞ୍ଜା ସୂତା ପାଇଁ କେତେଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ଯାହା ଦ୍ୱାରା କେତେକ ପରିବାର ଉଜୁଡ଼ିଯାଇଥିଲା । ଏହିସବୁ ଦୃଷ୍ଟିରେ ରଖି ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଏଥିସହ ଗୁଡ଼ି ଉଡାଇଲାବେଳେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗୁଡ଼ି ଉଡାଇଲାବେଳେ ଯେପରି କାହାର କୌଣସି କ୍ଷତି ହେବନି ସେଥିପ୍ରତି ନଜର ରଖିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ମାଞ୍ଜା ସୂତା ବଦଳରେ ସାଧାରଣ ସୂତାରେ ଗୁଡ଼ି ଉଡାଇବା ପାଇଁ କୁହାଯାଇଛି । ଯଦି କେହି ମାଞ୍ଜା ସୂତାରେ ଗୁଡ଼ି ଉଡନ୍ତି ତେବେ ତାହା ଆଇନଗତ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.