Below header

ଅସୁରଗଡ଼ ଦୁର୍ଗ : ଖନନ ସମୟରେ ଉନ୍ମୋଚିତ ହେଉଛି ଅନେକ ରୋଚକ ରହସ୍ଯ

କଳାହାଣ୍ଡି : ମାଟି ତଳୁ ବାହାରୁଛି ପୋଡା ଇଟା, ଟାଇଲ, ରୁପା ମୁଦ୍ରା, ବିଭିନ୍ନ ରଙ୍ଗର ଚୁଡ଼ି, ପ୍ରବାଳ ପଥର, ରକ୍ତମଣି ପଥର ମାଳି, ଅସ୍ଥି ଇତ୍ୟାଦି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ଶାଖା -୪କୁ ଅସୁରଗଡ଼ ଦୁର୍ଗର ଖନନ ପାଇଁ ଅନୁମତି ମିଳିଛି । ମୁଖ୍ୟ ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଦିବିଶତ ଗଡ଼ନାୟକଙ୍କ ନେତୃତ୍ୱରେ ଖନନ କାର୍ଯ୍ୟ ଚାଲିଛି । ପ୍ରାରମ୍ଭିକ ଖନନ ବେଳେ ମୌର୍ଯ୍ୟ ଶାସନ କାଳରୁ କୁଷାଣ ଶାସନ ପର୍ଯ୍ୟନ୍ତ ବହୁ ସାମଗ୍ରୀ ମିଳିଥିବା ସୂଚନା ମିଳିଛି ।

ସେତେବେଳେ ଲୋକେ ରୁପା ମୁଦ୍ରା ବ୍ୟବହାର କରୁଥିବା ଓ ସମୁଦ୍ର ପଥରେ ବ୍ୟବସାୟ କରି ବାହ୍ୟ ଶତ୍ରୁଙ୍କ ଆକ୍ରମଣରୁ ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମାଟିରେ ବଡ଼ ବଡ଼ ପାଚେରି ହୋଇଥିବା ଦେଖିବାକୁ ମିଳିଛି । ଆଗକୁ ଆହୁରି ଅନେକ ଐତିହାସିକ ତଥ୍ୟ ମିଳିବାର ସମ୍ଭାବନା ରହିଛି । ତେଣୁ ଅସୁରଗଡ଼ ଦୁର୍ଗକୁ ଗବେଷକ, ଇତିହାସ ଛାତ୍ରଛାତ୍ରୀ, ଲେଖକ, ବିଶେଷଜ୍ଞ ଓ ଦର୍ଶକଙ୍କ ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.