ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଔଷଧ ନୁହେଁ ଶ୍ରୀମଦ୍ ଭଗବତ ଗୀତା ସାହାଯ୍ୟରେ ହୋଇପାରିବେ ରୋଗମୁକ୍ତ

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଔଷଧ ନୁହେଁ ଭଗବତ ଗୀତା ସାହାଯ୍ୟରେ ହୋଇପାରିବେ ରୋଗମୁକ୍ତ । ଏକଥା ଆମେ ନୁହେଁ କହୁଛି ରିସର୍ଚ୍ଚ । ମଧୁମେହର ଚିକିତ୍ସା ପାଇଁ ଏହି ଆଧ୍ୟାତ୍ମିକ ଉପାୟ ବାହାର କରିଛନ୍ତି ହାଇଦ୍ରବାଦର ଓସ୍ମାନିଆ ଜେନେରାଲ୍ ହସ୍ପିଟାଲର ଡାକ୍ତରଙ୍କ ସମେତ ବିଶେଷଜ୍ଞଙ୍କ ଏକ ଟିମ୍ । ଆଉ ଏହାର ସ୍ରୋତ ହେଉଛି ପବିତ୍ର ଶ୍ରୀମଦ୍ ଭଗବତ୍ ଗୀତା ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗୀତାରେ ଅର୍ଜୁନ ଏବଂ ଭଗବାନ୍ ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା କଥୋପକଥନକୁ ଅନେକ ରୋଗ ପାଇଁ ବ୍ୟବହାର କରାଯାଇପାରିବ । ଖାସ୍ କରି ମଧୁମେହ ଭଳି ପୁରୁଣା ରୋଗ ପାଇଁ । ତେବେ ବିଶେଷଜ୍ଞଙ୍କ ଏହି ଇଶାରା ଗୀତାରେ ଥିବା ସେହି ଶ୍ଳୋକ ଆଡକୁ ଯାହା ଜୀବନର ବିଭିନ୍ନ ପରିସ୍ଥିତିକୁ ବିସ୍ତାର ଭାବେ କହିଥାଏ ।

ନକାରାତ୍ମକ ପରିସ୍ଥିତି ସହ ପରିଚିତ କରାଇବା ସହ ଲଢିବା ପାଇଁ ସକାରାତ୍ମକ ଉପାୟ କହିଥାଏ ଗୀତା । ମଧୁମେହ ଏକ ଲାଇଫଷ୍ଟାଇଲ୍ ରୋଗ, ଅର୍ଥାତ୍ ଜୀବନଶୈଳୀ ସହ ଜଡିତ ଏହି ରୋଗ । ତେଣୁ ଏହାର ଚିକିତ୍ସା ପାଇଁ ଜରୁରୀ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବା । ଯେଉଁଥିରେ ଖାଦ୍ୟ ପାନୀୟ ଭଳି ଗତିବିଧିରେ ପରିବର୍ତ୍ତନ ଆଣିବା । ମଧୁମେହ ହୋଇଥିବା ଜାଣିଲେ ରୋଗୀମାନେ ଅଧିକାଂଶ ସମୟ ଦୁଃଖରେ ରହିଥାନ୍ତି । କାରଣ ଜୀବନର ଅନେକ ପ୍ରିୟ ଜିନିଷଠୁ ଦୂରେଇ ରହିବାକୁ ପଡିଥାଏ । ତେଣୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭଗବତ ଗୀତାରେ ଦିଆଯାଇଥିବା ଶିକ୍ଷାକୁ ଉପଯୋଗ କରି ଏହାର ସାମ୍ନା କରିବାକୁ ସାହାଯ୍ୟ ମିଳିପାରିବ ।

ଏହା ସହ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏକ ଧାର୍ମିକ ଏବଂ ଦାର୍ଶନିକ ଗୀତାଠୁ ଅଧିକ ଭଗବତ୍ ଗୀତା । ଏହାର ୭୦୦ ରୁ ଅଧିକ ଶ୍ଲୋକ ଜୀବନର ସମସ୍ତ କଠିନରୁ କଠିନ ପରିସ୍ଥିତିକୁ ବୁଝିବା ପାଇଁ ବୁଦ୍ଧି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.