Below header

ମୋହନା : ଅଟୋ ଓଲଟି ଜଣେ ମୃତ, ୩ ଜଣ ଆହତ

ମୋହନା (କେନ୍ୟୁଜ୍‌) : ଅଟୋରିକ୍ସା ଓଲଟି ଜଣେ ମୃତ । ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଗ୍ରାମ ନିକଟ ଘାଟିରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାତ୍ରା କରୁଥିବା ୯ ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ଚଢ଼େୟାପଦା ଗ୍ରାମର ୬୭ ବର୍ଷୀୟ ବୃଦ୍ଧା କାନ୍ଦରିଙ୍ଗା ମଲ୍ଲିକ l ଭାଲିଆଗୁଡାରୁ କେଶରା ଅଭିମୁଖେ ଆସୁଥିବା ବେଳେ ବ୍ରେକ ଫେଲ ହେବା ଯୋଗୁଁ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା ।

mohana accident

ମୋହନା ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପୋଲିସ୍‌ ପଠାଇଛି । ଏ ସମ୍ପର୍କରେ ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.