ସୁଇମିଂପୁଲରେ ହଟ୍‌ ଅନ୍ଦାଜରେ ନଜର ଆସିଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଫଟୋ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମରେ ଜବରଦସ୍ତ ଆକ୍ଟିଂ ପାଇଁ ଯେତିକି ଜଣାଶୁଣା, ନିଆରା ଅନ୍ଦାଜ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ। ଖୁବ୍‌ଶୀଘ୍ର ବ୍ରହ୍ମାସ୍ତ୍ର ଫିଲ୍ମରେ ଏହି ଚୁଲବୁଲି ନାୟିକାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲିଆଙ୍କର କିଛି ଏଭଳି ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଦର୍ଶକେ ତାଙ୍କୁୁ ପ୍ରଶଂସାରେ ପୋତିପକାଇଛନ୍ତି।

ଏହାସହ ପଢ଼ନ୍ତୁ: ‘ପାନିପତ୍‌’ର ଟ୍ରେଲର ରିଲିଜ୍‌, ରୟାଲ୍‌ ଅନ୍ଦାଜ୍‌ରେ ନଜର ଆସିଲେ ଅର୍ଜୁନ୍‌ ଓ ସଞ୍ଜୟ

 

View this post on Instagram

 

🧜‍♀️

A post shared by Alia 🌸 (@aliaabhatt) on

ନିକଟରେ ଆଲିଆ ସୁଇମିଂପୁଲରେ ଫଟୋ ସୁଟ୍‌ କରିଥିଲେ। ସେହି ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଫଟୋରେ ଆଲିଆ ପାଣି ଭିତରେ ଯୋଗ କରୁଥିବା ଦେଖିବାକୁ ମିଳିଛି।

ଗୋଟିଏ ଫଟୋରେ ସେ ଚିତ୍‌ ହୋଇ ଶୋଇଥିବା ନଜର ଆସିଛି। ଏହି ଫଟୋରେ ଆଲିଆ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି।

 

View this post on Instagram

 

🐠

A post shared by Alia 🌸 (@aliaabhatt) on

ସେହିପରି ଆଉ ଏକ ଫଟୋରେ ଆଲିଆ ବ୍ଲୁ ଓ ଗ୍ରୀନ୍‌ କଲର ସୁଇମିଂ ସୁଟ୍‌ ପିନ୍ଧି ପୋଜ୍‌ ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ବଲିଉଡ୍‌ ଡିଭା ଦିଶା ପଟାନୀ କଲେ ଫଟୋ ସେସନ୍‌, ଭିଡିଓ ଦେଖି ଫ୍ୟାନ୍‌ ହେଲେ ଫିଦା

 

View this post on Instagram

 

🐳

A post shared by Alia 🌸 (@aliaabhatt) on

ସୂଚନାଯୋଗ୍ୟ ଯେ ଆଲିଆ ଭଟ୍ଟଙ୍କୁ ଖୁବ୍‌ଶୀଘ୍ର ରଣବୀର କପୁରଙ୍କ ସହ ବ୍ରହ୍ମାସ୍ତ୍ର ଫିଲ୍ମରେ ଦେଖିବାକୁ ମିଳିବ। ଆଲିଆଙ୍କ ଫିଲ୍ମ ଗଲି ବୟ ଓ ରାଜିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ସେହିପରି ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଆଲିଆ ବର୍ତ୍ତମାନ ରଣବୀର କପୁରଙ୍କ ସହ ରିଲେସନ୍‌ରେ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.