କଟକ: ଇଣ୍ଡୋର ଷ୍ଟାଡିୟମରେ ଉଦଘାଟିତ ହେଲା ୨୫ତମ ଆନ୍ତଃ ଜିଲ୍ଳାସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ୍‌

କଟକ(କେନ୍ୟୁଜ୍): ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ତମ ଆନ୍ତଃ ଜିଲ୍ଳାସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ୍‌ ଉଦଘାଟିତ। ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ପକ୍ଷରୁ ଆୟୋଜିତ ଚାମ୍ପିଅନସିପ୍‌ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ , ସିଏମ୍‌ସି କମିଶନର ଅନନ୍ୟା ଦାସ ,ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‌ ସମ୍ପାଦକ ରବୀନ୍ଦ୍ର କୁମାର ପରିଡା ଓ ଉପସଭାପତି ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ୬ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମ୍ୟାଚରେ ମୋଟ ୨୦ଟି ଜିଲ୍ଲାରୁ ୩୧୦ଜଣ ପ୍ରତିଯୋଗୀ ଭାଗନେଇଛନ୍ତି । କିସରୁ ପ୍ରାୟ ୨୭ ଜଣ ଖେଳାଳି ପ୍ରତିଯୋଗିତାରେ ଭାଗନେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.