୧ ବର୍ଷରେ ପାଦ ଥାପିଲା ‘‘ମୋ ବସ୍‌’’, ଅନେକ ସୁବିଧା ଥିବା ସତ୍ତ୍ୱେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି ଏହି ଯୋଜନା

ଭୁବନେଶ୍ବର(କେନ୍ୟୁଜ୍): ‘‘ମୋ ବସ୍‌’’ ଯୋଜନାକୁ ପୁରିଲା ବର୍ଷେ । ଗତବର୍ଷ ନଭେମ୍ବର ୬ ତାରିଖରେ ସ୍ମାର୍ଟ ସିଟି ରେ ଆରମ୍ଭ ହୋଇଥିଲା ମୋ ବସ ସେବା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । କହିବାକୁ ଗଲେ ୨୦୧୦ ମସିହାରେ ଆରମ୍ଭ ହୋଇଥିବା ସିଟିବସ୍‌ ର ସ୍ଥାନ ନେଇଛି ଆଧୁନିକ ‘‘ମୋ ବସ୍‌’’ । ସ୍ମାର୍ଟସିଟି ମିଶନ ଦ୍ୱାରା ଏହାର ଆରମ୍ଭ ହୋଇଥିଲାା ଦିନକୁ ଦିନ ଭୂବନେଶ୍ୱର ଲୋକଙ୍କ ଭିତରେ ମୋବସ ବହୁଳ ଭାବେ ଆଦୃତ ହେବାରେ ଲାଗିଛି । ମୋ ବସ ରେ ବିଭିନ୍ନ ପ୍ରକାର ସୁବିଧା ଥିବା ସତ୍ତ୍ୱେ ଅନେକ ପ୍ରକାର ସମସ୍ୟା ଦେଇ ଏହା ଗତି କରୁଛି ।ମୋ ବସ ରେ ପାଖାପାଖି ୪୮୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେଥିମଧ୍ୟରୁ ପାଖାପାଖି ୧୨୦ ଜଣ ମହିଳା କଣ୍ଡକ୍ଟର କାମ କରୁଛନ୍ତି ।

mo bus with naveen

ବର୍ତ୍ତମାନ ମୋ ବସ ସେବା କେବଳ ଭୂବନେଶ୍ୱର ଓ କଟକ କୁ ଗଡୁଥିବା ବେଳେ ଆଗାମୀ ଦିନରେ ଏହା ପୁରୀକୁ ଯୋଡାଯିବାର ସମ୍ଭାବନା ରହିଛି । ଯେଉଁଦିନ ଏହି ସେବା ଆରମ୍ଭ ହୋଇଥିଲା କ୍ରୁଟ କତ୍ତୃପକ୍ଷଙ୍କ ପକ୍ଷରୁ ଆପ୍‌ ପ୍ରଚଳନ କରାଯାଇଥିଲା ।ଏହି ଆପ୍‌ କୁ ନେଇ ମଧ୍ୟ ବେଳେ ବେଳେ ସମସ୍ୟା ଉପୁଜୁଛି । ବର୍ତ୍ତମାନ କ୍ରୁଟ୍‌ ପକ୍ଷରୁ ୨୧ ଟି ରୁଟ୍‌ ରେ ୧୯୫ ଟି ମୋ ବସ ଚାଲୁଛି । କ୍ରୁଟ ର ସିଇଓ ବର୍ତ୍ତମାନ ଅଛନ୍ତି ଅରୁଣ ବୋଥ୍ରା । ଦାୟିତ୍ୱ ଗ୍ରହଣ କଲା ପରେ ସେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ପଦକ୍ଷେପ ନେଇଛନ୍ତି । ଆଜି ମୋ ବସ ସେବାକୁ ବର୍ଷେ ପୁରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏହି ବସ ରେ ବସି ଆସିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.