Below header

ସେୟାର ବଜାରରେ ପୁଣି ଜମିଲା କାରବାର, ସେନସେକ୍ସ ଓ ନିଫଟିରେ ରେକର୍ଡ଼

ମୁମ୍ବାଇ : ସେୟାର ବଜାରରେ ଜମୁଛି ବିକ୍ରିବଟା । ତେଣୁ ଉଭୟ ସେନସେକ୍ସ ଓ ନିଫଟି ଭଲ କାରବାର କରିଛନ୍ତି । ଆଜି ସେନସେକ୍ସ ୪୦,୫୦୦ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟି ୧୨,୦୦୦ ପଏଣ୍ଟରେ ପହଞ୍ଚି ନୂଆ ରେକର୍ଡ଼ କରିଛି । ତେବେ ଆମେରିକା ଓ ଚୀନ୍‌ ମଧ୍ୟରେ ଜାଣିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ଘଟିବ ବୋଲି ଆଶା କରାଯାଉଛି । କାରଣ ଏଦିଗରେ ସକାରାତ୍ମକ ଆଲୋଚନା ଆରମ୍ଭ ହୋଇଛି । ଏହାର ପ୍ରଭାବ ମାର୍କେଟ୍‌ ଉପରେ ମଧ୍ୟ ପଡ଼ିଛି ।

ଆଜି ଦିନର କାରବାର ଶେଷ ସୁଦ୍ଧା ସେନସେକ୍ସ ୪୦,୪୬୯.୦୫ ଏବଂ ନିଫଟି ୧୧,୯୬୬.୦୫ ପଏଣ୍ଟରେ ବନ୍ଦ ହୋଇଛି । ଆଜି ଦିନରେ ସେନସେକ୍ସରେ ୨୨୧.୫୫ ପଏଣ୍ଟ ଏବଂ ନିଫଟିରେ ୪୮.୫୫ ପଏଣ୍ଟ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.