Below header

ଜମିଜମା ବିବାଦକୁ ନେଇ ଭୁଜାଲିରେ ଆକ୍ରମଣ, ଜଣେ ମୃତ ଆଉ ଜଣେ ଗୁରୁତର

ବାଲେଶ୍ୱର(କେନ୍ୟୁଜ): ଜମିଜମା ବିବାଦକୁ ନେଇ ଆକ୍ରମଣରେ ଜଣେ ମୃତ। ବାଲେଶ୍ୱର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ଗାଁରେ ଘଟିଛି ଅଘଟଣ ନିଶ୍ଚିନ୍ତପୁର ଗାଁର ଈଶ୍ୱର ବେହେରା ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟ ବହୁ ଦିନରୁ ଜମିଜମା ବିବାଦ ରହିଥିଲା। ଆଜି ଈଶ୍ୱର ଓ ତାଙ୍କ ପୁଅ କାର୍ତ୍ତିକ ବିଲରେ ହିଡ଼ ଦେଉଥିବା ବେଳେ ପଡ଼ୋଶୀ ଦୁଇଭାଇ ରମେଶ ଓ ଶଶୀକାନ୍ତ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ଈଶ୍ୱର ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାଓ ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାର୍ତ୍ତିକଙ୍କର ମୃତ୍ୟୁ ଘଟିଛି। ମରଣାନ୍ତକ ଆକ୍ରମଣ ନେଇ ରମେଶ ଓ ଶଶୀକାନ୍ତଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ। ଆକ୍ରମଣରେ ବ୍ୟବହୃତ ହୋଇଥିବା ଭୁଜାଲିକୁ ଜବତ କରିଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.