Below header

ହାତ ଧୋଇବାକୁ ମନେପଡ଼ୁନଥିବା ଲୋକଙ୍କୁ ସାହାଯ୍ୟ କରିବ ଏହି ଆପ୍‌, ତୁରନ୍ତ କରନ୍ତୁ ଡାଉନ୍‌ଲୋଡ୍‌

ବର୍ତ୍ତମାନ କରୋନା ସମୟରେ ହାତକୁ ବାରମ୍ବାର ଧୋଇବାକୁ ଡାକ୍ତର ଓ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ହାତ ସବୁ ଜାଗାକୁ ସ୍ପର୍ଶ କରୁଥିବାରୁ ଏହି ଭାଇରସ୍‌ ହାତ ମାଧ୍ୟମରେ ଶରୀର ଭିତରକୁ ଚାଲିଆସିଥାଏ। ଏଣୁ କରୋନା ଭାଇରସ୍‌ରୁ ମୁକ୍ତି ପାଇଁ ହାତକୁ ସାବୁନ୍‌ କିମ୍ବା ହ୍ୟାଣ୍ଡ ଓ୍ଵାଶ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ କୁହାଯାଉଛି। କିନ୍ତୁ ଅଫିସରେ କାମ ଟେନ୍‌ସନ୍‌ ମଧ୍ୟରେ ବାରମ୍ବାର ହାତ ଧୋଇବାକୁ ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମନେ ରହୁନାହିଁ। ଫଳରେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଏକ ନୂଆ ଆପ୍‌ ଆସିଛି। ଏହି ଆପ୍‌ ଆପଣଙ୍କୁ ହାତ ସାନିଟାଇଜ୍‌ କରିବାକୁ ମନେ ପକାଇବ।

What Size Data Plan Is Right for You? Options, Costs, and More

ଇଞ୍ଜିନିୟରିଂ ଛାତ୍ର ପ୍ରଣବ ବୁଦ୍ଧିରାଜା ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ସ୍ମାର୍ଟଫୋନ୍‌ ଆପ୍‌ ଡିଜାଇନ୍‌ କରିଛନ୍ତି। ଏହି ଆପ୍‌ ଆପଣଙ୍କୁ କରୋନା କବଳରୁ ମୁକ୍ତି ଦେବା ପାଇଁ ଆବଶ୍ୟକ ସମସ୍ତ ନିୟମ ମନେ ପକାଇଦେବ।

ଏହି ଆପ୍‌ ମାଧ୍ୟମରେ ଆପଣ ଅଫିସ୍‌ରେ ପ୍ରବେଶ କରିବା ବେଳେ ନିଜ ଉପସ୍ଥାନ ମଧ୍ୟ ପକାଇପାରିବେ। ଏହା ମାଧ୍ୟମରେ ଅଫିସର ଆଡମିନ୍‌ ଡିପାର୍ଟମେଣ୍ଟ କେତେକ କର୍ମଚାରୀ ହାତ ଧୋଇଛନ୍ତି ଓ ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି କି ନାହିଁ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.