ରାଜଧାନୀରେ ପ୍ରବଳ ବର୍ଷା: ରାସ୍ତାରେ ଜମିଥିବା ପାଣିରେ ବୁଡ଼ିଲା ଅଟୋ, ଡ୍ରାଇଭର ମୃତ

ରବିବାର ହୋଇଥିବା ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀ ଜଳମଗ୍ନ ହୋଇଛି। ଅସରାଏ ବର୍ଷା ସମସ୍ତ ଡ୍ରେନେଜ୍‌ କାମର ପ୍ରକୃତ ରୂପ ଦେଖାଇ ଦେଇଛି। ଦିଲ୍ଲୀର ମିଣ୍ଟୋ ରୋଡ ଅଣ୍ଡରପାସ୍‌ରେ ପ୍ରାୟ ୮ ଫୁଟ୍‌ ଉଚ୍ଚରେ ପାଣି ଚାଲିଥିଲା। ତେବେ ଏହି ଜମି ରହିଥିବା ପାଣିରେ ବୁଡ଼ି ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଢ଼ବାଲର କୁନ୍ଦନ ସିଂହ ବୋଲି ଜଣାଯାଇଛି।

Major negligence of administration came in front, tampo immersed ...

ରିପୋର୍ଟ ମୁତାବକ କୁନ୍ଦନ ସିଂହ ନିଜ ଟାଟା ଏସ୍‌ ନେଇ ମିଣ୍ଟୋ ବ୍ରିଜ୍‌ ତଳେ ଯାଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ରାସ୍ତା ଜାମ୍‌ ହୋଇ ଅଟୋଟି ବ୍ରିଜ୍‌ ତଳେ ହିଁ ଫସିଯାଇଥିଲା। ଧୀରେ ଧୀରେ ଜଳ ସ୍ତର ବଢ଼ିବାରୁ କୁନ୍ଦନ ଅଟୋ ଭିତରୁ ବାହାରି ପାରିନଥିଲେ। ଫଳରେ ଅଣନିଃଶ୍ୱାସୀ ହୋଇ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ନିକଟରେ ଥିବା ଜଣେ ରେଲେଓ୍ଵ କର୍ମଚାରୀ ତାଙ୍କ ମୃତଦେହ ବାହାରକୁ କାଢ଼ିଥିଲେ।

Heavy rain in Delhi, Tempo driver dies, 3 others rescued - Zorins News

କୁହାଯାଉଛି ଯେ ଯେଉଁଠାରେ ଅଟୋ ବୁଡ଼ିଥିଲା ସେଠାରୁ ମାତ୍ର କିଛି ଦୂରରେ ଡିଟିସିର ବସ୍‌ ମଧ୍ୟ ବୁଡ଼ିଯାଇଥିଲା। କିନ୍ତୁ ପୋଲିସ ଓ ଅଗ୍ନିଶମ ବିଭାଗ ଠିକ୍‌ ଭାବେ ସନ୍ଧାନ କରିନଥିଲା। ଏଣୁ ଅଟୋ ଡ୍ରାଇଭର ବିଷୟରେ ଜଣାପଡ଼ିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.