ଭାରସାମ୍ୟ ହରାଇ ଓଲଟିଲ ପିକ୍ଅପ୍ ଭ୍ୟାନ୍: ୨୦ ଶ୍ରମିକ ଗୁରୁତର
ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ବାଇପାସ୍ ନିକଟରେ ଦୁର୍ଘଟଣା ଘଟିଛି। ଓଲଟିଲ ପିକ୍ଅପ୍ ଭ୍ୟାନ୍ । ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି ।

ଜଳେଶ୍ବର (କେନ୍ୟୁଜ): ଓଲଟିଲ ପିକ୍ଅପ୍ ଭ୍ୟାନ୍ । ୨୦ ଶ୍ରମିକ ଗୁରୁତର । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ବାଇପାସ୍ ନିକଟରେ ଦୁର୍ଘଟଣା । ମୟୂରଭଞ୍ଜରୁ ବାରମାଇଲ୍ କମର୍ଦ୍ଦାକୁ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଗାଡିର ଟାୟାର ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡକୁ ଓଲଟିପଡିଥିଲା ।
ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳେଶ୍ୱର ଜିକେ ଭଟ୍ଟର ହସପିଟାଲରେ ଭର୍ତ୍ତି କରାଯାଇଛି । ଗାଡିରେ ପାଖାପାଖି ୪୨ଜଣ ଶ୍ରମିକ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛି ।