େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଜିତିଲା ଭାରତ, ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ

େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ୧-୦ରେ ସିରିଜ ଜିତିଲା ଭାରତ। ପୋର୍ଟ ଅଫ ସ୍ପେନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ରହିଛି । ମ୍ୟାଚ ଡ୍ର ରହିଥିଲେ ବି ପ୍ରଥମ ମ୍ୟାଚରେ ଭାରତ ଜିତିଥିବାରୁ ରୋହିତ ଶର୍ମାଙ୍କ ଦଳ ସିରିଜ ବିଜେତା ହୋଇଛି । ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

େଓ୍ଵଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ । ପୋର୍ଟ ଅଫ ସ୍ପେନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ରହିଛି । ଗତକାଲି ଶେଷ ଦିନରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ବି ବଲ ପଡ଼ିପାରିନଥିଲା । ଫଳରେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିନା ହାରଜିତରେ ଶେଷ ହୋଇଛି । ୩୬୫ ରନକୁ ପିଛା କରି ଶେଷ ଦିନରେ େଓ୍ଵଷ୍ଟଇଣ୍ଡିଜକୁ ଜିତିବାକୁ ୨୮୯ ରନ ଆବଶ୍ୟକ ହେଉଥିଲା ।

ଭାରତକୁ ଦରକାର ଥିଲା ୮ଟି ଓ୍ଵିକେଟ । ମ୍ୟାଚ ଡ୍ର ରହିଥିଲେ ବି ପ୍ରଥମ ମ୍ୟାଚରେ ଭାରତ ଜିତିଥିବାରୁ ରୋହିତ ଶର୍ମାଙ୍କ ଦଳ ସିରିଜ ବିଜେତା ହୋଇଛି । ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ବିରାଟ କୋହଲିଙ୍କ ୧୨୧ ରନ ସହାୟତାରେ ଭାରତ ପ୍ରଥମ ପାଳିରେ ୪୩୮ ରନ କରିଥିଲା । ସେହିପରି ୨୫୫ ରନରେ ପାଳି ଶେଷ କରିଥିଲା ଇଣ୍ଡିଜ ଦଳ । ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ ହରାଇ ୧୮୧ ରନ କରି ପାଳି ଘୋଷଣା କରିଥିଲା ଟିମ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନ ଭାରତ ଦ୍ରୁତ ୧୦୦ ରନ କରିବା ପରେ ୨୨ ବର୍ଷର ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲ ୧୨ ଦଶମିକ ୨ ଓଭର ଅର୍ଥାତ ୭୪ ବଲରେ ୧୦୦ ରନ କରିଥିଲା । ଏଥିସହ ଶ୍ରୀଲଙ୍କା ନାରେ ଥିବା ଦ୍ରୁତ ୧୦୦ ରନର ରେକର୍ଡକୁ ଭାଙ୍ଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.