Below header

କିଛି ଦିନର ବିରତି ପରେ ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ, ମଜା ନେଲେ ରାଜଧାନୀବାସୀ

ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ ଭୋଟରଙ୍କ ସଚେତନତା ପାଇଁ ଭୁବନେଶ୍ୱରରେ ପଥ ଉତ୍ସବ । ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଫେରିଲା ପଥୋତ୍ସବ, ଶୀତୁଆ ସକାଳ ସହ ପଥ ଉତ୍ସବର ମଜା ନେଲେ ରାଜଧାନୀବାସୀ। ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ ଭୋଟରଙ୍କ ସଚେତନତା ପାଇଁ ଭୁବନେଶ୍ୱରରେ ପଥ ଉତ୍ସବ । ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏନେଇ ୱାକାଥନ ଓ ପଥ ଉତ୍ସବ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜିତ କରାଯାଉଛି । ସେହିପରି ଏହି ଉପଲକ୍ଷେ ରଙ୍ଗୋଲି, ଝୋଟି, ଡ୍ୟାନ୍ସ , କୁଇଜ ସହିତ ଅନ୍ୟ ପ୍ରତିଯୋଗିତା ହେଉଛି ।

ଏନେଇ ରାମ ମନ୍ଦିର ନିକଟରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ସୁସଜ୍ଜିତ କରାଯାଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିଶନର ବିଜୟ ଅମୃତ କୁଲଙ୍ଗେ, ଅନ୍ତର୍ଜାତୀୟ ଚେସ ତାରକା ପଦ୍ମିନୀ ରାଉତ, ସମାଜସେବୀ ସାଧନା ମିଶ୍ରଙ୍କ ସମେତ ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ..।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.