Below header

ପ୍ରଧାନମନ୍ତ୍ରୀ ରୋଜଗାର ମେଳା : ୫୧ ହଜାର ଯୁବକଙ୍କୁ ମିଳିବ ସରକାରୀ ଚାକିରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବପିଢିଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ନିଯୁକ୍ତିପତ୍ର ମିଳିଥିବା ଯୁବପିଢିଙ୍କୁ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ମିଳିବ । ଆଜି ଦେଶର ୩୭ଟି ସ୍ଥାନରେ ଆୟୋଜନ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଆଜି ଦେଶର ୩୭ଟି ସ୍ଥାନରେ ଆୟୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରନ୍ସେ ଜରିଆରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ସୂଚନା ଦିଆଯାଇଛି ଯେ, ଦିନ ୧ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତି ପତ୍ର ବାଣ୍ଟିବେ ।

ଏହି ଭର୍ତ୍ତି ଦେଶର ବିଭିନ୍ନ ସରକାରୀ ବିଭାଗ, ରେଳ ମନ୍ତ୍ରାଳୟ, ଡାକ ବିଭାଗ, ଗୃହ ମନ୍ତ୍ରାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିରେ ସାମିଲ୍ କରାଯିବ । ନିଯୁକ୍ତ କରାଯିବାକୁ ଥିବା ସରକାର କର୍ମଚାରୀଙ୍କୁ ପୋର୍ଟାଲ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାକୁ ଅବସର ମିଳିବ । ଏଥିପାଇଁ ୭୫୦ରୁ ଅଧିକ ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ ରହିଛି । ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୨ରେ ପ୍ରଧାନମନ୍ତ୍ରୀ ଘୋଷଣାକରିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ମିଶନ ମୋଡରେ ସରକାରୀ ଚାକିରି ଦିଆଯିବ ।

ଏହା ପୂର୍ବରୁ ସେପ୍ଟେମ୍ବରରେ ୫୧ ହଜାର ଯୁବପିଢିଙ୍କୁ ନିଯୁକ୍ତି ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି ନିଯୁକ୍ତି ପତ୍ର ବାଣ୍ଟିଥିଲେ । ନୂଆଦିଲ୍ଲୀର ରାୟସିନା ରୋଡ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତ ପାଇବା ପାଇଁ ଯୁବପିଢିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.