Below header

ସାବଧାନ! ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ବଡ ବଡ ଅଫିସରଙ୍କ ଫଟୋ ଓ ନାଁକୁ ବ୍ୟବହାର କରୁଛନ୍ତି ସାଇବର ଠକ୍

ଭୁବନେଶ୍ବରର ପୂର୍ବତନ ଡିସିପି ସିକ୍ୟୁରିଟି ଦାୟିତ୍ୱରେ ଥିବା ନିର୍ମଳ ଶତପଥୀଙ୍କ ନାଁ ବ୍ୟବହାର କରୁଛନ୍ତି ସାଇବର ଠକ୍। ଘର ସାମଗ୍ରୀକୁ ଶସ୍ତାରେ ବିକ୍ରି କରିବା ପାଇଁ ଦେଉଛନ୍ତି ଲୋଭନୀୟ ଅଫର୍।

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ । ସେସିଆଲ ମିଡିଆରେ ଫେକ୍ ଆକାଉଣ୍ଟ କରି ଘର ସାମଗ୍ରୀ ବିକ୍ରି ନାଁରେ ସାଇବର ଠକେଇ ପାଇଁ ଉଦ୍ୟମ। ଭୁବନେଶ୍ବରର ପୂର୍ବତନ ଡିସିପି ସିକ୍ୟୁରିଟି ଦାୟିତ୍ୱରେ ଥିବା ନିର୍ମଳ ଶତପଥୀଙ୍କ ନାଁ ବ୍ୟବହାର କରୁଛନ୍ତି ସାଇବର ଠକ୍। ଘର ସାମଗ୍ରୀକୁ ଶସ୍ତାରେ ବିକ୍ରି କରିବା ପାଇଁ ଦେଉଛନ୍ତି ଲୋଭନୀୟ ଅଫର୍।

ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ବଡ ବଡ ଅଫିସରଙ୍କ ଫଟୋ ଓ ନାଁକୁ ବ୍ୟବହାର କରୁଛନ୍ତି ଠକ୍। ଫେସବୁକ୍ ମାଧ୍ୟମରେ ବିଭିନ୍ନ ଲୋକଙ୍କୁ ପଠାଉଛନ୍ତି ମ୍ୟାସେଜ। ନୂଆ ଫର୍ଣ୍ଣିଚରକୁ କମ୍ ଦାମରେ ସେଲ କରିବାକୁ କହୁଛନ୍ତି। ଯଦି ଆପଣ ଟଙ୍କା ଆଡଭାନ୍ସ ଆକାରରେ ଦେଲେ ତେବେ ଆପଣ ଠକାମିର ଶିକାର ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.