Below header

ଗାଜା ସଙ୍କଟ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ, ଭୋଟଦାନରୁ ବିରତ ରହିଲା ଭାରତ

ଗାଜା ସଙ୍କଟ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ । ପ୍ରସ୍ତାବ ସପକ୍ଷରେ ୧୨୦ଟି ଦେଶ ଭୋଟ୍ ଦେଇଥିଲେ । ବିପକ୍ଷରେ ଇସ୍ରାଏଲ ସମେତ ୧୪ଟି ଦେଶ ମତଦାନ କରିଥିଲେ । ଭାରତ ସମେତ ୪୫ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ ।

ଗାଜା ସଙ୍କଟ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ । ଭୋଟଦାନରୁ ବିରତ ରହିଲା ଭାରତ । ଗାଜାରେ ନାଗରିକଙ୍କ ସୁରକ୍ଷା, ଆଇନଗତ ଓ ମାନବିକ ଅଧିକାର ଅକ୍ଷୁର୍ଣ୍ଣ ସଂକ୍ରାନ୍ତ ଜାତିସଂଘର ସାଧାରଣ ଅଧିବେଶନରେ ଗୃହିତ ହୋଇଛି ।

ଜାତିସଂଘ ସ୍ଥିତ ଭାରତର ସ୍ଥାୟୀ ଉପ-ପ୍ରତିନିଧି ରାଷ୍ଟ୍ରଦୂତ ଯୋଜନା ପଟେଲ୍ କହିଛନ୍ତି, ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଥିଲା ହୃଦୟବିଦାରକ। ପଣବନ୍ଦୀ ରଖାଯାଇଥିବା ଲୋକମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଗାଜାରେ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ । ଏହି ସଙ୍କଟର ସମାଧାନ ଆବଶ୍ୟକ ।

ଏହି ମାନବିକ ସଙ୍କଟର ସମାଧାନ ହେବା ଆବଶ୍ୟକ। ଉତ୍ତେଜନାକୁ ଦୂର କରିବା ଏବଂ ଗାଜାବାସୀଙ୍କୁ ମାନବିକ ସହାୟତା ଯୋଗାଇବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଉଦ୍ୟମକୁ ଆମେ ସ୍ୱାଗତ କରୁଛୁ। ଏହି ପ୍ରୟାସରେ ଭାରତ ମଧ୍ୟ ସହଯୋଗ କରିଛି।

ପ୍ରସ୍ତାବ ସପକ୍ଷରେ ୧୨୦ଟି ଦେଶ ଭୋଟ୍ ଦେଇଥିଲେ । ବିପକ୍ଷରେ ଇସ୍ରାଏଲ ସମେତ ୧୪ଟି ଦେଶ ମତଦାନ କରିଥିଲେ । ଭାରତ ସମେତ ୪୫ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ଜୋର୍ଡାନ ପକ୍ଷରୁ ଜାତିସଂଘରେ ପ୍ରସ୍ତାବ ଅଣାଯାଇଥିଲା । ଭରତ ଛଡ଼ା ଏହି ପ୍ରସ୍ତାବନା ଭୋଟ୍ରୁ ବିରତ ରହିଥିବା ଅନ୍ୟାନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ଅଷ୍ଟ୍ରେଲିଆ, କାନାଡା, ଜର୍ମାନି, ଜାପାନ, ୟୁକ୍ରେନ୍ ଓ ଇଂଲଣ୍ଡ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.