ମେଣ୍ଟାଲ ହେଲଥ୍‌ରେ ଖରାପ ପ୍ରଭାବ ପକାଉଛି ବାୟୁ ପ୍ରଦୂଷଣ, ଜାଣନ୍ତୁ କିପରି ବଞ୍ଚିବେ ଏହି ସମସ୍ୟାରୁ

ଦେଶରେ ଏତେ ପରିମାଣରେ ବାୟୁ ପ୍ରଦୂଷଣ ହେଉଛି ଯେ ଏହାକୁ ନେଇ ଅନେକ ପ୍ରକାରର ସମସ୍ୟା ସାମ୍ନା କରିବା ପାଇଁ ପଡୁଛି । କେବଳ ଦେଶର ରାଜଧାନୀ ଦ୍ୱିଲ୍ଲୀ ନୁହେଁ ବରଂ ଅନେକ ସହରର ଜଳ ବାୟୁ ବିଷାକ୍ତ ହୋଇଯାଇଛି । ତେବେ ଏହି ସ୍ଥାନମାନଙ୍କରେ ନିଶ୍ୱାସ ନେବା ବି ମଧ୍ୟ କଷ୍ଟକର ହୋଇଗଲାଣି ।

ବର୍ତ୍ତମାନ ସମୟରେ ଆମ ସମାଜରେ ବହୁତ ପରିମାଣରେ ପ୍ରଦୂଷଣ ବଢି ଚାଲିଛି । ଯାହା ଆଗକୁ ଯାଇ ଆମମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ବିପଦପୂର୍ଣ୍ଣ ପରିସ୍ଥିତି ତିଆରି କରିପାରେ । ତେବେ ଦେଶରେ ଏତେ ପରିମାଣରେ ବାୟୁ ପ୍ରଦୂଷଣ ହେଉଛି ଯେ ଏହାକୁ ନେଇ ଅନେକ ପ୍ରକାରର ସମସ୍ୟା ସାମ୍ନା କରିବା ପାଇଁ ପଡୁଛି । କେବଳ ଦେଶର ରାଜଧାନୀ ଦ୍ୱିଲ୍ଲୀ ନୁହେଁ ବରଂ ଅନେକ ସହରର ଜଳ ବାୟୁ ବିଷାକ୍ତ ହୋଇଯାଇଛି । ତେବେ ଏହି ସ୍ଥାନମାନଙ୍କରେ ନିଶ୍ୱାସ ନେବା ବି ମଧ୍ୟ କଷ୍ଟକର ହୋଇଗଲାଣି । ଗ୍ରୀନ୍‌ ପିସ୍‌ ସୂଚନା ଅନୁସାରେ, ୨୦୧୭ରେ ବାୟୁ ପ୍ରଦୂଷଣ କାରଣରୁ ପ୍ରାୟତଃ ୧.୨ ମିଲିୟନ୍‌ରୁ ଅଧିକ ଭାରତୀୟଙ୍କର ସମୟ ପୂର୍ବରୁ ମୃତ୍ୟୁ ହୋଇଛି । ତେବେ ଆପଣ ଏହା ଜାଣିଛନ୍ତି କି ବାୟୁ ପ୍ରଦୂଷଣ ଦ୍ୱାରା କେବଳ ମୃତ୍ୟୁ ହେଉନାହିଁ ବରଂ ଏହା ମେଣ୍ଟାଲ ହେଲଥ୍‌ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଉଛି । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ।

ମେଣ୍ଟାଲ ହେଲଥ୍‌ରେ ଖରାପ ପ୍ରଭାବ ପକାଇଥାଏ ବାୟୁ ପ୍ରଦୂଷଣ :
ଆମ ପରିବେଶରେ ଏପରି ଅନେକ ଜିନିଷ ଅଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଉଛି । ସେହିପରି ବାୟୁ ପ୍ରଦୂଷଣ ମଧ୍ୟ ଏକ କାରଣ ହୋଇଛି । ଏହାର ପ୍ରଭାବ କେବଳ ମଣିଷ ଉପରେ ପଡୁନି ବରଂ ଜିବଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି । ବାୟୁ ପ୍ରଦୂଷଣ କାରଣରୁ ଫୁସ୍‌ଫୁସ୍‌, ହାର୍ଟ ଓ କ୍ସିନ୍‌ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏହା ବ୍ୟତୀତ ଆମ ମେଣ୍ଟାଲ ହେଲଥ୍‌ ପାଇଁ ମଧ୍ୟ ଅନେକ ସମସ୍ୟା ତିଆରି କରିପାରେ ।

ବାୟୁ ପ୍ରଦୂଷଣ ମେଣ୍ଟାଲ ହେଲଥ୍‌ ପାଇଁ କିପରି ବିପଦପୂର୍ଣ୍ଣ ହୋଇଥାଏ :
ହେଲଥ୍‌ ଏକ୍ସପର୍ଟସ୍‌ଙ୍କ ମୁତାବକ୍‌, ଫିଜିକାଲ ହେଲଥ୍‌ ପ୍ରଭାବିତ କରୁଥିବା କେତକ ଜିନିଷ ଆମ ମେଣ୍ଟାଲ ହେଲଥ୍‌କୁ ମଧ୍ୟ ପ୍ରଭାବିତ କରିଥାଏ । ବାୟୁ ପ୍ରଦୂଷଣକୁ ନେଇ କିଛି ଅଧ୍ୟୟନରୁ ଜଣାପଡିଛି, ଯେ ଏହା ମଣିଷଙ୍କ ମାନସିକ ସ୍ୱାସ୍ଥ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିଥାଏ ।

ଅମେରିକୀୟ ୟେଲ ଓ ଚୀନ୍‌ର ପିକିଂ ୟୁନିର୍ଭସିଟିରେ ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟତଃ ୩୨,୦୦୦ ଲୋକଙ୍କ ଉପରେ ଗବେଶଣା କରିଥିଲେ ଏବଂ ସେହି ଗବେଷଣାରୁ ଜଣାପଡିଥିଲା ଯେ ବାୟୁ ପ୍ରଦୂଷଣ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ତେବେ ମହିଳାଙ୍କ ତୁଳନାରେ ପ୍ରଦୂଷଣର ପ୍ରଭାବ ପୁରୁଷ ଓ ବୃଦ୍ଧଙ୍କ ମଧ୍ୟରେ ଅଧିକ ଦେଖିବା ପାଇଁ ମିଳିଛି । ଏହି ପ୍ରଦୂଷଣ କାରଣରୁ ନିଶ୍ୱାସ ନେବାରେ ଅସୁବିଧା ହେବା, ନିଦ ଠିକ୍‌ ଭାବେ ନ ହେବା, ଆଖି ପ୍ରୋବ୍ଲେମ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହା ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟରକୁ ପ୍ରଭାବିତ କରିଥାଏ । ଯାହା ନର୍ଭ ସିଷ୍ଟମ ପାଇଁ ଠିକ୍‌ ହୋଇନଥାଏ । ପ୍ରଦୂଷଣ ଚିନ୍ତା, ଡିପ୍ରେସନ୍‌, ପର୍ସନାଲିଟି ଡିସଅର୍ଡର ଏବଂ କମ ସହନଶୀଳତା ଭଳି ସମସ୍ୟାକୁ ବଢାଇଥାଏ ।

ନିଦ ଉପରେ ପ୍ରଦୂଷଣର ପ୍ରଭାବ ପଡିଥାଏ :
ଏକ୍ସପର୍ଟସ୍‌ଙ୍କ ଅନୁସାରେ, ଅତ୍ୟଧିକ ପ୍ରଦୂଷଣ ନିଦକୁ ମଧ୍ୟ ପ୍ରଭାବିତ କରିପାରେ । ଯଦି ଶୋଇବା ସମୟରେ ଆଖପାଖରେ ପ୍ରଦୂଷଣର ଲେବଲ ଅଧିକ ହୋଇଥାଏ, ତାହେଲେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ସେଥିପାଇଁ ବଡିରେ ଅକ୍ସିଜନ୍‌ କମ ହୋଇଯାଏ, ଯାହାଦ୍ୱାରା ମସ୍ତିଷ୍କ ଆକ୍ଟବି ହୋଇଯାଏ ଓ ନିଦ ହୁଏ ନାହିଁ ଏବଂ ବାରମ୍ବାର ନିଦ ଭାଙ୍ଗିଥାଏ । ଯେଉଁଥିପାଇଁ ଆପଣଙ୍କ ମୁଡ ମଧ୍ୟ ପ୍ରଭାବିତ ହୋଇଥାଏ ଓ ଡିପ୍ରେସନ୍‌ରେ ରହିବା ଭଳି ଲାଗିଥାଏ । ତେବେ ନିଦ ପୂରା ନହେବା ଯୋଗୁ ଅନେକ ପ୍ରକାରର ସମସ୍ୟା ହେବାକୁ ଲାଗିଥାଏ ।

ବାୟୁ ପ୍ରଦୂଷଣରୁ କିପରି ବଞ୍ଚିବେ :
ବାହାରକୁ ଯିବ ସମୟରେ ମୁହ, କାନ ଓ ନାକରେ କପଡା ବାନ୍ଧି ଯାଅନ୍ତୁ । ଏହାସହ ଆଖିରେ ଚଷମା ମଧ୍ୟ ଲଗାନ୍ତୁ । ଘର ମଧ୍ୟ ଠିକ୍‌ ଭାବେ ସଫା କରନ୍ତୁ । ତେବେ ଏହିପରି ଭାବେ ଆପଣମାନେ ପ୍ରଦୂଷଣରୁ ନିଜକୁ ବଞ୍ଚାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.