Below header

ମିଆଁମାରରେ ପୁଣି ଭୂମିକମ୍ପ, ତୀବ୍ରତା ୪.୩

ପୁଣି ଥରିଲା ମିଆଁମାର । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଛି । ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି ।

ମିଆଁମାରରେ ଭୟଙ୍କର ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଛି । ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି । ଶୁକ୍ରବାର ଦିନ କେବଳ ମିଆଁମାର ନୁହେଁ ବରଂ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଆସିଥିଲା ।

ଗତ ୫ ଦିନ ତଳେ ମିଆଁମାରରେ ୪.୩ ଭୂକମ୍ପ ଝଟକା ଲାଗିଥିଲା । ତା’ ପୂର୍ବରୁ ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।  ନେପାଳରେ ପ୍ରାୟ ୭.୨୪ ସମୟରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଥିଲା । ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ।

ଏହାପୂର୍ବରୁ ଅକ୍ଟୋବର ୧୬ ରେ ମଧ୍ୟ ନେପାଳର ଅନେକ ସ୍ଥାନରେ ୪.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଅକ୍ଟୋବର ୩ ରେ ମଧ୍ୟ ନେପାଳର ଅନେକ ସ୍ଥାନରେ ଅପରାହ୍ନ ୨:୪୦ ରେ ଭୂକମ୍ପ ହୋଇଥିଲା । ଏପରିକି ସେତେବେଳେ ୟୁପି, ବିହାର ଏବଂ ଦିଲ୍ଲୀ-ଏନସିଆର ସମେତ ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.