Below header

ଚଳିତ ବର୍ଷ ଶେଷ ଚନ୍ଦ୍ର ଗ୍ରହଣରେ ଗର୍ଭବତୀ ମହିଳା କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ହେବ ଅଶୁଭ

ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ଅଧିକାଂଶ ସ୍ଥାନରେ ଦେଖାଯିବ । ଚନ୍ଦ୍ର ଗ୍ରହଣର ପାକ ତ୍ୟାଗ ୯ ଘଣ୍ଟା ପୂର୍ବରୁ ଲାଗିଥାଏ । ଏହି ଗ୍ରହଣ ଭାରତରେ ନଜର ଆସିବ ଯେଉଁ କାରଣରୁ ଦେଶରେ ପାକ ତ୍ୟାଗ ସମୟ ମାନ୍ୟ ହେବ ।

ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀ ଗୋଟିଏ ସିଧା ରେଖାରେ ଆସି ଯାଆନ୍ତି, ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଏହାର ଜୌତିଷୀୟ ଏବଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ବିଶେଷ ମହତ୍ତ୍ୱ ରହିଛି । ତେବେ ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ର ଗ୍ରହଣ ୨୮ ଏବଂ ୨୯ ଅକ୍ଟୋବରର ମଧ୍ୟ ରାତ୍ର ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଏହା ଭାରତରେ ମଧ୍ୟ ଦେଖାଯିବ । ଜୌତିଷ ମାନ୍ୟତା ଅନୁସାରେ ଗ୍ରହଣ ସମସ୍ତ ରାଶି ଉପରେ ପ୍ରଭାବ ପକାଉଛି । ସେହିପରି ଚଳିତ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଶରତ ପୂର୍ଣ୍ଣିମାରେ ଲାଗୁଛି ।

ଏହି ଆଂଶିକ ଚନ୍ଦ୍ର ଗ୍ରହଣ ଭାରତରେ ନଜର ଆସିବ । ଏହା ବ୍ୟତୀତ ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ଅଧିକାଂଶ ସ୍ଥାନରେ ଦେଖାଯିବ । ଚନ୍ଦ୍ର ଗ୍ରହଣର ପାକ ତ୍ୟାଗ ୯ ଘଣ୍ଟା ପୂର୍ବରୁ ଲାଗିଥାଏ । ଏହି ଗ୍ରହଣ ଭାରତରେ ନଜର ଆସିବ ଯେଉଁ କାରଣରୁ ଦେଶରେ ପାକ ତ୍ୟାଗ ସମୟ ମାନ୍ୟ ହେବ । ତେବେ ଏହି ପାକ ତ୍ୟାଗ ୨୮ ଅକ୍ଟୋବର ସନ୍ଧ୍ୟା ୪ଟା ୫ ମିନିଟରେ ଆରମ୍ଭ ହେବ । ଏହି ସମୟରେ ମନ୍ଦିରମାନଙ୍କରେ ଦେବନୀତି ବନ୍ଦ ରହିବ ଏବଂ ପୂଜା ପାଠ ହେବ ନାହିଁ ।

ଗ୍ରହଣ ସମୟରେ କଣ କରିବେ :
୧. ଗ୍ରହଣ ଆରମ୍ଭ ହେବା ପୂର୍ବରୁ ନିଜକୁ ଶୁଦ୍ଧ କରନ୍ତୁ । ଗ୍ରହଣ ଲାଗିବା ପୂର୍ବରୁ ସ୍ନାନ ଆଦି କାର୍ଯ୍ୟ ଶେଷ କରିବା ଶୁଭ କୁହାଯାଏ ।
୨. ଗ୍ରହଣ ସମୟରେ ନିଜର ଇଷ୍ଟ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରିବା ଶୁଭ ମନାଯାଏ ।
୩. ଚନ୍ଦ୍ର ଗ୍ରହଣ ସମୟରେ ଦାନ କରିବା ବହୁତ ଶୁଭ ହୋଇଥାଏ । ଗ୍ରହଣ ଶେଷ ହେବା ପରେ ଘରେ ଗଙ୍ଗା ଜଳ ପକାଇବା ଉଚିତ ।
୪. ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଉଚିତ । କୁହାଯାଏ ଏହା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
୫. ଗ୍ରହଣ ସମୟରେ ଖାଦ୍ୟରେ ତୁଳସୀ ପତ୍ର ପକାଇବା ଉଚିତ

ଚନ୍ଦ୍ର ଗ୍ରହଣ ସମୟରେ ଏହି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ :
୧. ମାନ୍ୟତା ଅନୁସାରେ ଗ୍ରହଣ ସମୟରେ ଭୋଜନ କରିବା ଅନୁଚିତ । କାରଣ ଭୋଜନ କରିବା ଦ୍ୱାରା ମଣିଷର ପାଚନ କ୍ଷମତା ଦୁର୍ବଳ ହୋଇଯାଏ । ଯେଉଁଥିପାଇଁ ମଣିଷ ରୋଗାଗ୍ରସ୍ଥ ହେବାର ସମ୍ଭାବନା ଉପୁଜି ଥାଏ ।
୨. କୁହାଯାଏ ଗ୍ରହଣ ସମୟରେ କୌଣସି ନୂଆ କାମ ବା ଶୁଭ କାର୍ଯ୍ୟ କରାଯିବା ଠିକ ନୁହେଁ । ଏହା କରିବା ଦ୍ୱାରା କାର୍ଯ୍ୟ ଅସଫଳ ହୋଇଥାଏ ।
୩. ଗ୍ରହଣ ସମୟରେ ନଖ କାଟିବା, ଚୁଟି କୁଣ୍ଡାଇବା ଏବଂ ଦାନ୍ତ ସଫା କରିବା ଅଶୁଭ ହୋଇଥାଏ ।
୪. ଗ୍ରହଣ ସମୟରେ ଛୁରୀ କିମ୍ବା ଧାରୁଆ ଅସ୍ତ୍ରର ବ୍ୟବହାର କରିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଗର୍ଭବତୀ ମହିଳା ଏହି ବିଶେଷ କଥା ଧ୍ୟାନ ରଖନ୍ତୁ :
ଗ୍ରହଣ ସମୟରେ ପ୍ରକୃତିରେ ଅନେକ ଅଶୁଦ୍ଧ ଏବଂ ହାନିକାରକ କିରଣର ପ୍ରଭାବ ରହିଥାଏ । ଏଥିପାଇଁ ଅନେକ କାର୍ଯ୍ୟ ଏପରି ରହିଛି ଯାହା ଗର୍ଭବତୀ ମହିଳା କରିବା ଅନୁଚିତ ।
୧. ଗ୍ରହଣ କାଳରେ କଇଁଚି, ଛୁଞ୍ଚି, ଛୁରୀ ଏବଂ ଧାରୁଆ ଅସ୍ତ୍ରର ବ୍ୟବହାର କରନ୍ତୁ ନାହିଁ ।
୨. ଗ୍ରହଣ କାଳରେ ସ୍ନାନ କରନ୍ତୁ ନାହିଁ ଏବଂ ଗ୍ରହଣ ଶେଷ ହେବା ପରେ ସ୍ନାନ କରନ୍ତୁ ।
୩. ଗ୍ରହଣକୁ ଖୋଲା ଆଖିରେ ଦେଖିବା ଅନୁଚିତ ।

ଗ୍ରହଣ ପରେ କଣ କରିବା ଉଚିତ :
୧. ଧାର୍ମିକ ମାନ୍ୟତା ଅନୁସାରେ ଚନ୍ଦ୍ର ଗ୍ରହଣ ପରେ ସ୍ନାନ କରିବା ଉଚିତ । କୁହାଯାଏ ସ୍ନାନ କରିବା ଦ୍ୱାରା ଗ୍ରହଣ ପ୍ରଭାବ ଶେଷ ହୋଇଯାଏ । ଗାଧୋଇବା ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରିବା ଉଚିତ ।
୨. ଗ୍ରହଣ ଶେଷ ହେବା ପରେ ସ୍ନାନ ସାରନ୍ତୁ ଏବଂ ସଫା ଏବଂ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।
୩.ଘରେ ଗଙ୍ଗା ଜଳ ପକାନ୍ତୁ ।
୪. ଗ୍ରହଣ ପରେ ଗଙ୍ଗା ଜଳ ଦ୍ୱାରା ଭଗବାନଙ୍କ ଅଭିଷେକ କରନ୍ତୁ ।
୫. ଗ୍ରହଣ ସରିବା ପରେ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.