ଲଞ୍ଚ ହେଲା Xiaomi 14 series, ଜାଣନ୍ତୁ କେତେ ରହିଛି ଦାମ

Xiaomi 14 ରେ Xiaomi 14 Pro ଭଳି ସମାନ ସଫ୍ଟୱେର୍ ଦିଆଯାଇଛି । ଏଥିରେ ୧.୫ K ରିଜୋଲ୍ୟୁସନ୍ ସହିତ ୧୨୦Hz ପର୍ଯ୍ୟନ୍ତ ରିଫ୍ରେସ ରେଟର ୬.୩୬ ଇଞ୍ଚ LTPO AMOLED ଡିସପ୍ଲେ ରହିଛି । ଏହାର ପିକ୍‌ ବ୍ରାଇଟନେସ୍‌ ୩୦୦୦ ନିଟ୍ସ ରହିଛି ।

ଦୀର୍ଘ ସମୟର ଅପେକ୍ଷା ପରେ Xiaomi ଏହାର 14 ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ ଲାଟେଷ୍ଟ ସ୍ନାପଡ୍ରାଗନ ୮ ଜେନ୍‌ ୩ ପ୍ରୋସେସର ଦେଇଛି, ଯାହା ଏହି ପ୍ରୋସେସର ସହିତ ଦୁନିଆର ପ୍ରଥମ ସ୍ମାର୍ଟଫୋନ । Xiaomi କମ୍ପାନୀ ନିଜର Xiaomi 14 ଏବଂ Xiaomi 14 Pro ସିରିଜ ଲଞ୍ଚ କରିଛି ।

Xiaomi 14 ଏବଂ Xiaomi 14 Pro ର ଦାମ :
Xiaomi ବର୍ତ୍ତମାନ ଏହି ଦୁଇଟି ଫୋନ୍ ଚୀନରେ ଲଞ୍ଚ କରିଛି, ଯେଉଁଠାରେ Xiaomi 14 ଦୁଇଟି କନଫିଗେରେସନରେ ୮GB + ୨୫୬ GB ଏବଂ ୧୬ GB + ୧ TB RAM ଷ୍ଟୋରେଜ ସହିତ ଲଞ୍ଚ ହୋଇଛି । ଏହାର ଦାମ CNY ୩୯୯୯ ଏବଂ CNY ୪୯୯୯ ରହିଛି ଯାହାର ଭାରତୀୟ ମୂଲ୍ୟ ୫୦,୦୦୦ ଟଙ୍କା ଏବଂ ୫୬,୦୦୦ ଟଙ୍କା ରହିଛି ।

Xiaomi 14 ଫିଚର୍ସ :
Xiaomi 14 ରେ Xiaomi 14 Pro ଭଳି ସମାନ ସଫ୍ଟୱେର୍ ଦିଆଯାଇଛି । ଏଥିରେ ୧.୫ K ରିଜୋଲ୍ୟୁସନ୍ ସହିତ ୧୨୦Hz ପର୍ଯ୍ୟନ୍ତ ରିଫ୍ରେସ ରେଟର ୬.୩୬ ଇଞ୍ଚ LTPO AMOLED ଡିସପ୍ଲେ ରହିଛି । ଏହାର ପିକ୍‌ ବ୍ରାଇଟନେସ୍‌ ୩୦୦୦ ନିଟ୍ସ ରହିଛି । ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୩ ଚିପସେଟ ଅଛି ଯାହାକି ୧୨GB RAM ଏବଂ ୧ TB ଷ୍ଟୋରେଜ୍ ରହିଛି ।

Xiaomi 14 Pro ଫିଚର୍ସ :
Xiaomiର ଏହି ଫୋନରେ ୬.୭୩ ଇଞ୍ଚର LTPO ଡିସପ୍ଲେ ଅଛି ଯାହାର ରିଫ୍ରେସ୍‌ ରେଟ୍‌ ୧୨୦Hz ଏବଂ ରିଜୋଲ୍ୟୁସନ ୨K ରହିଛି । Xiaomi ର ଏହି ଫୋନ୍ ୧୬GB RAM ଏବଂ ୧TB ଷ୍ଟୋରେଜ୍ ସହିତ ଆସିଥାଏ । ଏହି ଫୋନରେ ସୁମିଲକ୍ସ ଲେନ୍ସ ସହିତ ଏକ ଲାଇକା ବ୍ରାଣ୍ଡେଡ୍ ଟ୍ରିପଲ୍ ରିୟର କ୍ୟାମେରା ଦିଆଯାଇଛି । ଏଥିରେ OIS ସହିତ ୫୦ ମେଗାପିକ୍ସେଲ ହଣ୍ଟର୍ ୯୦୦ ସେନ୍ସର ଅଛି । ଦ୍ୱିତୀୟରେ ୫୦ ମେଗାପିକ୍ସେଲ ଟେଲିଫୋଟୋ କ୍ୟାମେରା ଏବଂ ତୃତୀୟରେ ୫୦ ମେଗାପିକ୍ସେଲ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ସୁଟର କ୍ୟାମେରା ରହିଛି । ଫୋନରେ ସେଲଫି ପାଇଁ ୩୨ ମେଗାପିକ୍ସେଲର ଫ୍ରଣ୍ଟ ସେନ୍ସର କ୍ୟାମେରା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.