Below header

ମେଡିକାଲ ପରିସରରେ ରୋଗୀ ସଂପର୍କୀୟଙ୍କ ଉନ୍ମତ୍ତକାଣ୍ଡ: ଫାର୍ମାସିଷ୍ଟଙ୍କୁ ପିଟିଲେ, ଆସବାବପତ୍ର ଭାଙ୍ଗିଲେ

କାକଟପୁର ଅଞ୍ଚଳ ଜଣେ ଯୁବକ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରିବାକୁ ଫାର୍ମାସିଷ୍ଟଙ୍କୁ କହିଥିଲେ। ତେବେ ସେତେବେଳେ ସେ ଅନ୍ୟ ରୋଗୀଙ୍କୁ ଦେଖୁଥିବାରୁ କିଛି ସମୟ ପରେ ଦେଖିବାକୁ କହିଥିଲେ। ଏଥିରେ ଚିହ୍ନିଁକି ଉଠିଥିଲେ ଯୁବକଜଣକ।

କାକଟପୁର(କେନ୍ୟୁଜ୍): ମେଡିକାଲ ପରିସରରେ ରୋଗୀ ସଂପର୍କୀୟଙ୍କ ଉନ୍ମତ୍ତକାଣ୍ଡ। ଫାର୍ମାସିଷ୍ଟଙ୍କୁ ପିଟିଲେ, ଆସବାବପତ୍ର ଭାଙ୍ଗିଲେ। ପୁରୀ ଜିଲ୍ଲା କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା। କାକଟପୁର ଅଞ୍ଚଳ ଜଣେ ଯୁବକ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରିବାକୁ ଫାର୍ମାସିଷ୍ଟଙ୍କୁ କହିଥିଲେ। ତେବେ ସେତେବେଳେ ସେ ଅନ୍ୟ ରୋଗୀଙ୍କୁ ଦେଖୁଥିବାରୁ କିଛି ସମୟ ପରେ ଦେଖିବାକୁ କହିଥିଲେ। ଏଥିରେ ଚିହ୍ନିଁକି ଉଠିଥିଲେ ଯୁବକଜଣକ। ଉତ୍‌କ୍ଷିପ୍ତ ହୋଇ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ସହ ମେଡିକାଲ ଭିତରେ ବିଭିନ୍ନ ଆସବାବପତ୍ର ଫିଙ୍ଗାଫୋପଡା କରିଥିଲେ। ଏପରିକି ଟେବୁଲ ଉଠାଇ ମାରିବାକୁ ଉଦ୍ୟମ କରିଥିଲେ। ପରେ କ୍ୟାବିନ ବାହାରେ ମଧ୍ୟ ପିଟିବାକୁ ବାହାରିଥିଲେ।

ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଏହା ପରେ ଆହତ ଫାର୍ମାସିଷ୍ଟ ସଙ୍ଗେ ସଙ୍ଗେ ମେଡିକାଲ ଇନ୍‌ଚାର୍ଯ୍ୟ ଡାକ୍ତର ଆଶିଷ ମହାପାତ୍ରଙ୍କୁ ଜଣାଇଥିଲେ। ଏନେଇ ମେଡିକାଲ ଇନ୍‌ଚାର୍ଯ କାକଟପୁର ଥାନାରେ ମାମଲା ଦାୟର କରିଥିଲେ। ପୋଲିସ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.