Below header

ବୈତରଣୀ ସେତୁକୁ ନେଇ ଭୟ ଓ ଆଶଙ୍କାରେ ଆନନ୍ଦପୁରବାସୀ, ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଦାବି

ଆନନ୍ଦପୁର: ବୈତରଣୀ ସେତୁ କୁ ନେଇ ଭୟ ଓ ଆଶଙ୍କା । କେତେବେଳେ ବାଡ଼ା ଭାଙ୍ଗି ଗଳି ପଡୁଛି ତ କେତେବେଳେ ବେରିଂ ଖସି ସେତୁ ଗୋଟିଏ ପାର୍ଶ୍ୱ କୁ ଢଳି ପଡୁଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ପ୍ରମୁଖ ସହର। ସହର ଟିକୁ ଦୁଇ ଭାଗରେ ବିଭକ୍ତ କରୁଛି ବୈତରଣୀ ନଦୀ। ଗୋଟିଏ ପାର୍ଶ୍ୱରେ କୋର୍ଟ କଚେରୀ ଓ ଆନନ୍ଦପୁର ମହାବିଦ୍ୟାଳୟ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ଜରୁରୀ ଆବଶ୍ୟକତା ପୂରଣ କରୁଥିବା ଉପଖଣ୍ଡ ଚିକିତ୍ସାଳୟ,ଓ ପ୍ରମୂଖ ବସଷ୍ଟାଣ୍ଡ ରହିଛି।

baitaraniଯାତାୟତ ନିମନ୍ତେ ପୂର୍ବରୁ କେବଳ ଡଙ୍ଗା ଉପରେ ନିର୍ଭର କରୁଥିଲେ। ବର୍ଷାଋତୁ ରେ ଡ଼ଙ୍ଗା ବନ୍ଦ ହୋଇଯିବା ଫଳରେ ଚାରି ପାଞ୍ଚ ମାସ ଯାଏଁ ଲୋକମାନେ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ଏସବୁ ସମସ୍ୟା କୁ ଦେଖି ୧୯୮୫ ମସିହାରେ ସହର ର ଅନତି ଦୂରରେ ବୈତରଣୀ ସେତୁର ନିର୍ମାଣ ହୋଇଥିଲା।ହେଲେ ଏବେ ସେହି ସେତୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାରେ ଜଡିତ ହୋଇ ଲୋକଙ୍କ ଯାତାୟତ ରେ ବାଧକ ଓ ବିପଦ ସାଜିଛି।

ତେବେ ଏହି ସେତୁ ରେ ପ୍ରଥମେ ୨୦୧୮ ମସିହାରେ ଏକ ବେରିଂ ଖସି ପଡିବା ଫଳରେ ସେତୁର ଗୋଟିଏ ସ୍ପାନ ଢଳି ଯାଇ ବିପଦ ସୃଷ୍ଟି କରିଥିଲା। ଏହାର ମରାମତି ର ବର୍ଷେ ପରେ ପୁନର୍ବାର ସେତୁର ବେରିଂ ନଷ୍ଟ ହୋଇଯିବାରୁ ୩ଟି ସ୍ପାନ ଡାହାଣ ପାର୍ଶ୍ୱ କୁ ଢଳି ପଡିଛି ଯାହାକୁ ନେଇ ଲୋକମାନଙ୍କ ମନରେ ପୋଲର ସ୍ଥାୟୀତ୍ୱ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ର ସେତୁ ପରିସ୍ଥିତି କୁ ନେଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କୁ ବନ୍ଦ କରାଯାଇଛି।

roadଏ ସମ୍ପର୍କରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବା ପରେ ବିଶେଷଜ୍ଞ ଦଳ ଏହାର ତନଖିକରି ଖର୍ଚ୍ଚ ର ଅଟକଳ କରିବା ସହିତ ସେତୁ ମରାମତି ନିମନ୍ତେ ରାଜ୍ୟ ବାହାରୁ ଠିକାଦାର ଙ୍କୁ ଡକାଯାଇ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବା କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ନୂତନ ସେତୁ ନିର୍ମାଣ ନିମନ୍ତେ ସରକାର ଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିବା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.