ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏକ ଘଣ୍ଟାରେ ଜମି ପଟ୍ଟା ପାଇବା ପରେ ବାସନ୍ଦ ହେଲେ ପାଲ୍ ପରିବାର

ଉମରକୋଟ(କେନ୍ଯୁଜ୍): ଜମି ପଞ୍ଜିକରଣ କରିବାକୁ ଆବେଦନ କରି ଗୋଟିଏ ଦିନରେ ପଞ୍ଜିକରଣ ହେବା ସହ ଜମି ପଟ୍ଟା ପାଇଲେ ପାଲ ପରିବାର। ଜିଲ୍ଲାରେ ଏହା ପ୍ରଥମ ଥର ହୋଇଥିବା ଯୋଗୁ ତହସିଲଦାର ସଫଳତାର ଫୋଟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। କିନ୍ତୁ କିଛି ଅଳ୍ପ ଶିକ୍ଷିତ ଏହି ଘଟଣାକୁ କରୋନା ରୋଗ ସହ ଯୋଡ଼ି ପଟ୍ଟା ପାଇଥିବା ପାଲ ପରିବାର କରୋନା ସଂକ୍ରମିତ ହୋଇଥିବା ଯୋଗୁ ଉମରକୋଟ ତହସିଲଦାର ପ୍ରମାଣ ପତ୍ର ଦେଇଛନ୍ତି ବୋଲି ପ୍ରଚାର ଆରମ୍ଭ କରିଦେଇଥିଲେ। ଏହାପରେ ପାଲ ପରିବାରଙ୍କୁ ବାସନ୍ଦ କରିଦେଲେ ସାହି ବାସିନ୍ଦା। ଏନେଇ ଏପରି ଅପପ୍ରଚାର ଶୁଣି ଗଭୀର ମର୍ମାହତ ହେବା ସହ ଲୋକ ଲଜ୍ୟାରେ ଘରୁ ବାହାରି ପାରୁନାହାନ୍ତି ପାଲ୍ ପରିବାର।

umarkottସୂଚନା ମୁତାବକ ଉମରକୋଟ ଦଶରପଦା ଅଞ୍ଚଳର ରହୁଥିବା ପାଲ ପରିବାର ଏକ ଜାଗା କିଣିବା ପରେ ତାହା ପଞ୍ଜିକରଣ କରିବା ନିମନ୍ତେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ଏହାପରେ ତାଙ୍କୁ ସରକାରଙ୍କ ନୂଆ ନିୟମ ଅନୁସାରେ ଏକ ଘଣ୍ଟାରେ ଉକ୍ତ ଜାଗାର ପଟ୍ଟା ମଧ୍ୟ ମିଳିଥିଲା । ଏଭଳି ଖୁସି ଖବର ଏହି ଜିଲ୍ଲା ପାଇଁ ପ୍ରଥମ ହୋଇଥିବାରୁ ପଟ୍ଟା ପ୍ରଦାନ ସମୟରେ ଖୁସି ହୋଇ ଏକ ଫୋଟ ଏବଂ ଏକ message ସାମାଜିକ ଗଣମାଧ୍ୟମରେ ତହସିଲଦାର ପୋଷ୍ଟ କରିଥିଲେ କି ” Registration done and sale deed provided to the beneficiary with in one hour to Sri.susil Paul ,sapan Paul and sankar Paul of village umerkote Dasarapada on 26.06.20 by umerkote Tahasil” ଏହି message ରେ ଲେଖା ହୋଇଥିବା PROVIDED ଶଦ୍ଦ କୁ ପାଲ ପରିବାରର ତିନି ଭାଇଙ୍କୁ କରୋନା positive ବାହାରିଛି କହି ପ୍ରଚାର କରିଥିଲେ। ଏହାପରେ ପାଲ ପରିବାରକୁ ଅନେକ ଲୋକ ଫୋନ କରି ତମକୁ କରୋନା ହୋଇଛି ବୋଲି କହିବା ସହ ଅପମାନ ମଧ୍ୟ କରୁଛନ୍ତି। ଯାହାପରେ ପାଲ ପରିବାର ସଦସ୍ୟ ଘରୁ ବାହାରିବା କଷ୍ଟ ହୋଇଯାଇଛି।

umarkot1ଏନେଇ ପାଲ୍ ପରିବାର କହିଛନ୍ତି, ଆମ ପରିବାରରେ କାହାକୁ କୋରୋନା ହୋଇନାହିଁ। ଆମେ ସମସ୍ତେ ସୁସ୍ଥ ଅଛୁ ଦୟାକରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ ଆମେ କାହା ସହିତ ମିଶି ପାରୁନାହୁଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି ।
ଉକ୍ତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ବୁଝିବା ପାଇଁ ତହସିଲଦାରଙ୍କ ପାଖରେ ପହଞ୍ଚିଥିଲେ ପାଲ୍ ପରିବାର। ତହସିଲଦାର ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେବା ସହ କହିଥିଲେ ଗୋଟିଏ ଦିନରେ ଜମି ପଟ୍ଟା ପ୍ରଦାନ କରାଯାଇଥିବା ଘଟଣା ଜିଲ୍ଲାରେ ପ୍ରଥମ ହୋଇଥିବା ଯୋଗୁଁ ସାମାଜିକ ଗଣ ମାଧ୍ୟମରେ ପ୍ରସାରଣ କରାଯାଇଥିଲା କିନ୍ତୁ ଏହାକୁ କେହି ଭୁଲ ପ୍ରଚାରର ମାଧ୍ୟମ କରିଛି। ଏନେଇ ଯିଏ ଏଭଳି ଗୁଜବ ସୃଷ୍ଟି କରୁଛି ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.