ବଢ଼ିଲା ମୁମ୍ବାଇ ତାଜ୍‌ ହୋଟେଲର ସୁରକ୍ଷା ବ୍ୟବସ୍ଥା, ପୋଲିସର କଡା ପହରା ଜାରି

ମୁମ୍ବାଇ: ବଢ଼ିଲା ମୁମ୍ବାଇ ତାଜ୍‌ ହୋଟେଲର ସୁରକ୍ଷା ବ୍ୟବସ୍ଥା । ତାଜ ହୋଟେଲ ସମେତ ଏହି ଅଞ୍ଚଳରେ ପୋଲିସର କଡା ପହରା ଲାଗିଛି । ଗତକାଲି ପାକିସ୍ତାନରୁ ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଜ୍‌ ହୋଟେଲକୁ ଉଡ଼ାଇ ଦେବାକୁ ଆସିଥିଲା ଧମକ ।

ତାଜ୍‌ ହୋଟେଲ ସମେତ ଗେଟ ୱେ ଅଫ ଇଣ୍ଡିଆ ଓ ନରିମନ୍‌ ପଏଣ୍ଟ ଅଞ୍ଚଳରେ ପୋଲିସ ଛାଉଣି କରାଯାଇଛି । ଏହାସହ ସାମୁଦ୍ରିକ ପୋଲିସକୁ ମଧ୍ୟ ଆଲର୍ଟ କରାଯିବା ସହ ସୁରକ୍ଷା ବଢ଼ାଯାଇଛି । ମୁମ୍ବାଇ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ୨୦୦୮ ନଭେମ୍ବର ୨୬ରେ ଆକ୍ରମଣ କରିଥିଲା ।

ପାକିସ୍ତାନର ଆତଙ୍କବାଦୀ । ଏଥିରେ ୧୬୬ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ । ୨୮ ଜଣ ବିଦେଶୀ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ । ଅଜମଲ କସବ ଏକୁଟିଆ ଜୀବିତ ଅବସ୍ଥାରେ ଧରାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.