ଆଉ ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଗଳା ଚିପି ହତ୍ୟା, ଦୁଇ ଦିନ ପରେ ଖଟ ତଳୁ ମିଲିଲା ଶବ

ଟିକଟକ୍‌ ଷ୍ଟାର ସିୟା କକ୍କଡ ନିକଟରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାମଧ୍ୟରେ ପୁଣି ଆଉ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ସୋନିପତ ଜିଲ୍ଲାର କୁଣ୍ଡଳି ଅଞ୍ଚଳରେ ଟିକଟକ ତାରକା ଶିବାନୀଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ଏହାକୁ ନେଇ ଜଣକୁ ଗିରଫ କରାଯାଇଛି।

ଅଭିଯୁକ୍ତ ଶିବାନୀଙ୍କ ମୃତଦେହକୁ ସେଲୁନରେ ଥିବା ଏକ ଖଟ ଭିତରେ ରଖି ଫେରାର ହୋଇଯାଇଛି। ମୃତକଙ୍କ ଭଉଣୀର ବନ୍ଧୁ ଖଟ ଖୋଲିବା ପରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ପରେ ପରିବାର ଲୋକ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କହିଛି ଯେ, ଶିବାନୀ ଖୋବିଆନ୍ କୁଣ୍ଡଳିରେ ଟଚ୍ ଏବଂ ଫେୟାର ନାମକ ଏକ ସେଲୁନ୍ ଚଳାଉଥିଲେ। ଟିକ୍‌ଟକରେ ତାଙ୍କର ୧ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି।

star

ଶିବାନୀଙ୍କ ଭଉଣୀ ଶ୍ବେତାଙ୍କ କହିବା ମୁତାବିକ, ଜୁନ୍ ୨୬ ରେ ଆରିଫ ଶିବାନୀଙ୍କୁ ଭେଟିବା ପାଇଁ ତାଙ୍କ ବିୟୁଟି ପାର୍ଲର ଆସିଥିଲେ। ଶିବାନୀ ହିଁ ଏହି କଥା ଶ୍ୱେତାଙ୍କ ଫୋନରେ କହିଥିଲେ। ରାତିରେ ଶିବାନୀ ଘରକୁ ଫେରି ନଥିବା ବେଳେ ଶ୍ୱେତା ମେସେଜ୍ କରିଥିଲେ। ମେସେଜ୍ ଉତ୍ତରରେ ଶିବାନୀ ଫୋନରୁ ଏକ ଉତ୍ତର ପାଇଥିଲେ ଯେ ସେ ହରିଦ୍ୱାରକୁ ଆସିଛନ୍ତି ଏବଂ ମଙ୍ଗଳବାର ଦିନ ଫେରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.