କୋରାପୁଟ କୋଟପାଡ଼ରେ ଗାଡ଼ି ଓଲଟି ୯ ଜଣଙ୍କ ମୃତ୍ୟୁ, ଦଶାହ କାମ ସାରି ପିକଅପ ଭ୍ୟାନରେ ଫେରୁଥିଲେ

ଜୟପୁର (କେନ୍ୟୁଜ) : କୋରାପୁଟ କୋଟପାଡ଼ରେ ଗାଡ଼ି ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । କୋଟପାଡ଼ ମୂର୍ତ୍ତାହାଣ୍ଡି ନିକଟ ସିନ୍ଧିଗାଁରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି ।

JPR ACCIDENTସୂଚନା ଅନୁସାରେ ରାତି ଆଠଟା ପଇଁଚାଳିଶ ମିନିଟରେ କୋଟପାଡ଼ ଠାରୁ ଏଗାର କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା ।  ପିକ୍‌ଅପ୍‌ ଭ୍ୟାନ୍‌ରେ ଥିବା ଲୋକମାନେ ଜଣେ ସମ୍ପର୍କୀୟଙ୍କ ଘରୁ ଦଶାହ କର୍ମ ସାରି ଛତିଶଗଡ଼ ଫେରୁଥିଲେ । ଆହତମାନଙ୍କୁ ଜଗଦଲପୁର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ସମସ୍ତେ ଛତିଶଗଡ଼ର । ସେମାନେ ଛତିଶଗଡ଼ ସୀମାବର୍ତ୍ତୀ ଅଂଚଳରୁ ଓଡ଼ିଶାର କୋଟପାଡ଼ ଅଂଚଳକୁ ଆସିଥିଲେ । ଆହତମାନଙ୍କୁ ପ୍ରଥମେ କୋଟପାଡ଼, ମୂର୍ତ୍ତାହାଣ୍ଡି, ଜଗଦଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର କାରଣ ଓଭର ଲୋଡିଂ କିମ୍ବା ଡ୍ରାଇଭରଙ୍କ ଅସାବଧାନତା ହୋଇପାରେ ।  ସୂଚନା ଅନୁସାରେ ଡ୍ରାଇଭର ଫେରାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.