Below header

କନ୍ଧମାଳ: ଡିଜିଙ୍କ ଅପିଲ ପରେ ମାଓ କ୍ୟାମ୍ପ ଛାଡୁ ନାହାନ୍ତି ହାର୍ଡକୋର ମାଓବାଦୀ, ଆଜି ଦୁଇଙ୍କୁ ନିପାତ କଲା ପୋଲିସ

ବାଲିଗୁଡା(କେନ୍ୟୁଜ୍):  ପୁଣି  ଥରେ କନ୍ଧମାଲ ପୋଲିସକୁ ମିଳିଛି ବଡ ସଫଳତା। ଆଜି କମ୍ବିଂ ଅପରେସନରେ ଦୁଇ ହାର୍ଡକୋର ମାଓବାଦୀଙ୍କୁ କରିଛି ନିପାତ।ପୋଲିସ ଡିଜି ବାରମ୍ବାର ଅପିଲ  କରିବା ପରେ ମାଓ କ୍ୟାମ୍ପ ଛାଡୁ ନାହାନ୍ତି କିଛି ହାର୍ଡକୋର ମାଓବାଦୀ। ଯାହା ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହଉଛି।

ଗୁଇନ୍ଦା ସୂଚନା ଆଧାରରେ, ତୁମୁଡିବନ୍ଧ ଥାନା ନାହୁଡିପାଡ ଗାଁ ନିକଟ ରାମପଦର ଜଙ୍ଗଲରେ କମ୍ବିଂ ଆରମ୍ଭ କରିଥିଲେ ଏସ୍‌ଓଜି ଓ ଡିଭିଏଫ ଟିମ୍‌। କମ୍ବିଂ ଚାଲିଥିବା ବେଳେ ଠାବ ହୋଇଥିଲା ମାଓ କ୍ୟାମ୍ପ। ଏହାପରେ ମାଓବାଦୀ ଗୁଳିମାଡ଼ କରିବାରୁ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀଙ୍କ ଆକ୍ରମଣ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ସର୍ଚ୍ଚ ଅପରେସନ ବେଳେ ମିଳିଥିଲା ୨ ମାଓବାଦୀଙ୍କ ମୃତ ଦେହ। ସେଥିରୁ ଜଣେ ମହିଳା ମାଓବାଦୀ ଅଛନ୍ତି।

ଏହି ଅପରସେନରେ ଇନ୍‌ସାସାସ ରାଇଫଲ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ମାରଣାସ୍ତ୍ର ଜବତ ହୋଇଛି। ଗତ ଜୁଲାଇ ୫ ଓ ୬ ତାରିଖରେ ମଧ୍ୟରେ କନ୍ଧମାଳ ଜିଲ୍ଲାର ସିର୍ଲ୍ଲା ଜଙ୍ଗଲରେ କମ୍ବିଂ ବେଳେ ୫ ମାଓବାଦୀ ନିହତ ହୋଇଥିଲେ। ଆଜି ପୁଣି ଆଉ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଗୋଟିଏ ମାସରେ ୭ ମାଓବାଦୀଙ୍କୁ ମାରି ବଡ଼ ସଫଳତା ହାସଲ କରିଛି କନ୍ଧମାଳ ପୋଲିସ। ପୋଲିସ ଡିଜି ପୁଣି ଥରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକରୁ ମାଓବାଦୀଙ୍କୁ ଅପିଲ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.