Below header

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନା : ପାରାଦୀପରେ ରେଳ ଓ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିପାରନ୍ତି

 (କେନ୍ୟୁଜ ): ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତ । ସୂଚନା ଅନୁସାରେ ୨୧ ତାରିଖରେ ପାରାଦୀପ ଗସ୍ତ କରି ରେଳ ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଲୋକାର୍ପଣ କରିବେ । ପାରାଦୀପ-ହରିଦାସପୁର ୮୨ କିଲୋମିଟର ନୂତନ ରେଳପଥ ପ୍ରକଳ୍ପର ଲୋକାର୍ପଣ କରିବେ । ଏହାସହ ପାରାଦୀପ ବନ୍ଦରର ଏକ ଅତ୍ୟାଧୁନିକ ବଥ ଏବ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଲୋକାର୍ପଣ ତାଲିକାରେ ଥିବା ଜଣାପଡିଛି ।

ବାୟୁସେନା ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ପାରାଦୀପ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ରାଜନୈତିକ ଦୃଷ୍ଟି କୋଣରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଉଭୟ ନେତା ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.