Below header

ଡ୍ରେନ ନିର୍ମାଣ ପାଇଁ ଗଛ କାଟୁଥିଲେ ଠିକାଦାର, ବିରୋଧ କରି ଗ୍ରମବାସୀ କଲେ କର୍ଯ୍ୟବନ୍ଦ

ଡ୍ରେନ ଖୋଳିବା ସମୟରେ ରାସ୍ତା କଡରୁ ବଡବଡ ଗଛ ଉପାଡିବାରୁ ଗ୍ରାମବାସୀଙ୍କ ବିରୋଧ । ଅଭିଯୋଗ ଆସିଛି କଟକ ଜିଳ୍ଲା ଗୋବିନ୍ଦପୁର ପଞ୍ଚାୟତର କୁସୁନ୍ଦା ଗାଁରୁ ।  କୁସୁନ୍ଦା ଠାରୁ ସୁଲେଇ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ଡ୍ରେନ ନିର୍ମାଣ କରିବାକୁ ବ୍ଲକ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ମାତ୍ର ଡ୍ରେନ ନିର୍ମାଣ ପାଇଁ ଦାୟୀତ୍ୱ ନେଇଥିବା ଠିକାଦାର ବିନା ଅନୁମତିରେ ରାସ୍ତା କଡରୁ ଗଛକାଟୁଥିବାରୁ ଗାଁଲୋକେ ପ୍ରତିବାଦ କରିଛନ୍ତି । ଜଙ୍ଗଲ ବିଭାଗ ଗଛ ଗୁଡିକୁ ବନୀକରଣ ଯୋଜନାରେ ଲଗାଇ ଥିବାରୁ ଗାଁଲୋକେ ବନ ବିଭାଗକୁ ଖବର ଦେଇ ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ସେପଟେ ବିନା ଅନୁମତିରେ ଗଛ କାଟିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.